ଯାଜପୁରର ନୂତନ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ବ୍ୟାସନଗର ଗସ୍ତ
ଆଜି ଯାଜପୁରର ନୂତନ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯାଜପୁର ରୋଡ ଅଞ୍ଚଳ ଗସ୍ତ କରି ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ତଦାରଖ କରିଛନ୍ତି। ଜିଲ୍ଲାପାଳ ବ୍ୟାସନଗର ଟାଉନ ହଲ, ବ୍ୟାସସରୋବର ପର୍ଯ୍ୟଟନ ସ୍ଥଳୀ ସମେତ ବ୍ୟାସନଗର ପୌରପରିଷଦ ପ୍ରଭୃତି ସ୍ଥାନକୁ ଗସ୍ତ କରି ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏ ସବୁର ତଦନ୍ତ ଓ ସମୀକ୍ଷା କରିଥିଲେ l ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରି ଏଗୁଡ଼ିକୁ ଲୋକାର୍ପଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l
