ବେଗୁନିଆପଡ଼ା ହୋଣ୍ଡା ସୋରୁମ୍ ରୁ ୨ ଶିଶୁ ଶ୍ରମିକ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ ଜଣ ଶିଶୁ ଶ୍ରମିକ କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷରୁ କମ୍ ଶିଶୁକୁ ଛତ୍ରପୁର କାର୍ଯ୍ଯାଳୟକୁ ଅଣାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ବେଗୁନିଆପଡ଼ା ସ୍ଥିତ ସ୍ଵୟମ୍ ହୋଣ୍ଡା ସୋରୁମ୍ ରୁ ୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। । ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ସୋ ରୁମ୍ ରେ ଏମାନଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜାଣିବାକୁ ପାଇଥିଲେ। ଉଭୟ ନାବାଳକ ଏବଂ ଜଣକର ୧୪ ବର୍ଷରୁ କମ୍ ଥିବା ଜାଣିବାକୁ ପାଇଥିଲେ। ସେମାନଙ୍କ ପରିବାର ଲୋକଙ୍କୁ ପଚରାଉଚୁରା ପରେ ଜଣେ ନାବାଳକ କୁ ଜିଲ୍ଲା କାର୍ଯ୍ୟାଳୟ କୁ ନିଆଯାଇଛି। ଉଭୟ ନାବାଳକକଂ ଗ୍ରାମ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କଣ୍ଟାପଡା ବୋଲି ସୂଚନା ମିଳିଛି। ଉକ୍ତ ସୋ ରୁମ୍ ଠାରେ କିଛି ଦିନ ହେବ ଶିଶୁ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ପରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଶ୍ରମ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *