ପବିତ୍ର “ସ୍ବାୟତ୍ତ ଶାସନ ଦିବସ” ଅବସରରେ ବ୍ୟାସନଗରର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ପବିତ୍ର “ସ୍ବାୟତ୍ତ ଶାସନ ଦିବସ” ଅବସରରେ ବ୍ୟାସନଗରର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ବ୍ୟାନଗର ପୌର ପରିଷଦ, ବ୍ୟାସନଗର

ପୌରବାସୀଙ୍କୁ ନିବେଦନ-

୧. “ମୋ ଅଳିଆ ମୋ ଦାୟିତ୍ଵ” ଏଣୁ ନିଜ ଘରର ବର୍ଜ୍ୟବସ୍ତୁ, ଭଙ୍ଗା କାଚ ଓ ପ୍ଲାଷ୍ଟିକ୍ ଜିନିଷ ଇତ୍ୟାଦି ରାସ୍ତା ଉପରେ କିମ୍ବା ଡ୍ରେନ୍ ଭିତରେ ନପକାଇ ପୌରପାଲିକାର ନିୟୋଳିତ ଗାଡିକୁ ହସ୍ତାନ୍ତର କରନ୍ତୁ ।

୨. ହୋଟେଲ ଓ ବହୁତଳ ପ୍ରାସାଦ ଗୁଡିକ ନିଜର ଡଷ୍ଟବିନ ବ୍ୟବହାର କରିବା ସହିତ ନିଜସ୍ବ ଜାଗାରେ କମ୍ପୋଷ୍ଟ ପିଟ୍ ଖୋଳି ସେଥ‌ିରେ ରଖନ୍ତୁ ।

୩. ରାସ୍ତା ଉପରେ ଗାଈ, ଗୋରୁ ତଥା ଗୃହପାଲିତ ପଶୁଙ୍କୁ ଛାଡନ୍ତୁ ନାହିଁ ।

୪. ରାସ୍ତା କଡରେ ଘର ତିଆରି ଉପକରଣ ଯଥା- ବାଲି, ଗୋଡି, ଇଟା ଇତ୍ୟାଦି ମହଜୁଦ୍ କରନ୍ତୁ ନାହିଁ ।

୫. ପୌରପାଳିକା ସମସ୍ତ ଟିକସ ଯଥା ସମୟରେ ପୈଠ କରନ୍ତୁ ।

୬. ବ୍ୟାସନଗର ସହରରେ ଥିବା ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ମାନେ ସେମାନଙ୍କ ଟ୍ରେଡ ଲାଇସେନସ୍ ଯଥା ସମୟରେ ପୌର କାର୍ଯ୍ୟାଳୟରୁ କରାଇ ନିଅନ୍ତୁ ।

୭. ବାହ୍ୟ ଶୌଚରୁ ନିବୃତ ରୁହନ୍ତୁ, ବାହାରେ ଶୌଚ କରିବାର ନଜର କୁ ଆସିଲେ ପୌର ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୮. ପଲିଥୁନ୍ ବ୍ୟବହାର କରନ୍ତୁ ନାହିଁ ।

୯. ପୌର ସମ୍ପତି ଆମ୍ଭ ମାନଙ୍କର ସମ୍ପତି, ଏହାର ରକ୍ଷଣା ବେକ୍ଷଣ ଆମ୍ଭ ମାନଙ୍କର ଦାୟିତ୍ଵ । ୧୦.ପାଇଖାନା ଟାଙ୍କି ସଫା କରିବା ପାଇଁ ପୌର ପରିଷଦ ତରଫରୁ ଭଡା ସୁତ୍ରରେ ସେସ୍ ପୁଲ୍ ବ୍ୟବହାର କରନ୍ତୁ ।

୧୧.ଘରୋଇ ପାଇଖାନା ଗୁଡିକର ଆବର୍ଜନା ପାଣି ଡ୍ରେନ୍ କୁ ଛାଡନ୍ତୁ ନାହିଁ ।

୧୨. ସ୍ବାସ୍ଥ୍ୟଗତ ସମସ୍ୟା ଯଥା-ଥଣ୍ଡା, ଜ୍ଵର ଓ କାଶ ହେଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବଳ ଉପାଧ୍ଯକ୍ଷ ବ୍ୟାସନଗର ପୌର ପରିଷଦ

ନମ୍ରତା ମୋଦି ନିର୍ବାହୀ ଅଧୁକାରୀ ବ୍ୟାସନଗର ପୌର ପରିଷଦ

ଶ୍ରୀମତୀ ସଙ୍ଗୀତା ପିଙ୍ଗୁଆ ଅଧ୍ଯକ୍ଷା ବ୍ୟାସନଗର ପୌର ପରିଷଦ

Leave a Reply

Your email address will not be published. Required fields are marked *