ଗୋଷ୍ଠୀ ସ୍ତରୀୟ କୁଇଜି ପ୍ରତିଯୋଗୀତା ଅନୁଷ୍ଠିତ

ରାୟଗଡା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାକୁ ରାୟଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ ଉଦଘାଟନ କରିଥିବା ବେଳେ ଅତିରିକ୍ତ ବ୍ଲକ ରୁ 300 ଜଣ ରୁ ଉର୍ଧ୍ଵ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏହି ପ୍ରତିଯୋଗିତା କୁ କନିଷ୍ଠ ,ବରିଷ୍ଠ ବିଭାଗ ରେ ବଣ୍ଟନ କରାଯାଇ କନିଷ୍ଠ ରୁ ପ୍ରଥମ ସ୍ଥାନ କୃଷ୍ଣ ପ୍ରିୟା ଗରଡ଼ିଆ ସପ୍ତମ ଶ୍ରେଣୀ ଜେମା ଦଇପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ସ୍ଵର୍ଣ୍ଣରୂପା ମହାପାତ୍ର ଅଷ୍ଟମ ଶ୍ରେଣୀ ବାଳିକା ଉଚ୍ଚ ବିଦ୍ୟାଳୟ., ତୃତୀୟ ସ୍ଥାନ ଚିନ୍ମୟୀ ସବର ଲଷ୍ମୀପତ ସିଙ୍ଘାଣିଆ ଉଚ୍ଚ ବିଦ୍ୟାଳୟ, ଜେକେପୁର ସେହି ଭଳି ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ତନିଶା ସ୍ୱାଇଁ ଦଶମ ଶ୍ରେଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ସ୍ଥାନ ପି . ଶ୍ରୁତି ଦଶମ ଶ୍ରେଣୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ, ଚିତ୍ତରଞ୍ଜନ ପାତ୍ର ଦଶମ ଶ୍ରେଣୀ ଜି ସି ଡି ଉଚ୍ଚ ବିଦ୍ୟାଳୟରୁ ପୁରସ୍କୃତ ହୋଇଥିଲେ ।ମୁଖ୍ୟ ଅତିଥି ଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ଯୋଗଦେଇ ଭବିଷ୍ୟତ ରେ ବିଜ୍ଞାନ ବିଷୟରେ କିପରି ଛାତ୍ର ଛାତ୍ରୀ ମାନେ ଅଧିକ ଜ୍ଞାନ ଆହରଣ କରି ପାରିବେ ସେ ବିଷୟରେ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛବି ଲାଲ ସିଂ ଓ ଅଙ୍ଗେରେଇ ଶବର ଉତ୍ସବରେ ଯୋଗ ଦେଇଥିବା ବେଳେ ଶିକ୍ଷକ ନରେଶ ସିଂ, ସୁରେଶ ପଟ୍ଟନାୟକ, ମନୋରଞ୍ଜନ ମିଶ୍ର, ଦୀପକ ରାଉତ, ପ୍ରଦୀପ ତ୍ରୀପାଠୀ ଓ ସୁବାସ ପାଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା।

Leave a Reply

Your email address will not be published. Required fields are marked *