ବ୍ୟାପକ ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

ଜଗତସିଂହପୁର ଜିଲ୍ଲା ବାଲିକୁଦା ମହାବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା ।ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବାଲିକୁଦାର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତି କଲେଜର ଅଧ୍ୟକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ ହେଁ କଲେଜ ପକ୍ଷରୁ କିଛି ପ୍ରତିକାର ହୋଇପାରିନଥିଲା ।ଯାହାକୁ ନେଇ ସତ୍ୟସାରଥୀ ମହାନ୍ତି କଲେଜ ପରିସରକୁ ନିଜେ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।କଲେଜ ପରିସରରେ ପହଁଚି ଦୁଇଟି ଜେସିବି ଓ ୧୦ ଜଣ ଶ୍ରମିକଙ୍କୁ ନେଇ କଲେଜ କ୍ୟାମ୍ପସ ସଫା କରିଥିଲେ ।୫ଟି ଅଧୀନରେ କଲେଜରେ ଲକ୍ଷାଧିକ ଟଙ୍କା କାର୍ଯ୍ୟ ହୋଇଥିଲେ ହେଁ କଲେଜ କତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁ ଛାତ୍ରାଛାତ୍ରୀମାନେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବାରୁ କଲେଜ ଅଧ୍ୟକ୍ଷଙ୍କୁ ଜବାବ ମାଗିଥିଲେ ।

Leave a Reply

Your email address will not be published. Required fields are marked *