୫୫ ବର୍ଷୀୟ ବୃଦ୍ଧଙ୍କ ଉପରେ ଚଢ଼ିଗଲା ମିନିଟ୍ରକ!

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତଥା ଧାମନଗର ଥାନା ଅଧିନସ୍ଥ ଜଳମୁଣ୍ଡୁଆ ଗ୍ରାମପଂଚାୟତ ଅନ୍ତର୍ଗତ ଗୁଣୁପୁରୁ ବଜ଼ାର ଠାରେ ଏକ ୫୫ ବର୍ଷୀୟ ବୃଦ୍ଧ ପୀତବାସ ମାଟିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି ମୃତ ପ୍ରୀତବାସଙ୍କ ସ୍ତ୍ରୀ ବିମଳା ମାଟିଆଙ୍କ ଅଭିଯୋଗ କ୍ରମେ ଦିନ ପ୍ରାୟ ୧୧ ଟା ସମୟରେ ବାରିକପୁର ଆଡ଼ୁ ଅସୁରାଳି ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ସିମେଣ୍ଟ ବୋଝେଇ ମିନି ଟ୍ରକ ଯାଉଥିବା ସମୟରେ ଗୁଣୁପୁର ବଜାର ଠାରେ ରାସ୍ତା କଡ଼ରେ ଥିବା ମୃତ ପୀତବାସ ତାଙ୍କ ଘରୁ ଆସୁଥିବା ସମୟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ପୀତବାସଙ୍କ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ପ୍ରୀତବାସଙ୍କ ଅନ୍ତବୁଜୁଳା ବାହାରି ଆସିବାରୁ ମୃତ ହୋଇଥିଲା ହଠାତ୍ ଗାଡ଼ିଟି ଫେରାର ହୋଇଯାଇଥିଲା। ପରେ ଗ୍ରାମବାସୀ ମାନେ ଗାଡ଼ିଟି କୁ ଗୋଡ଼ାଇ ଗୋଡ଼ାଇ ଦୁଇ କିଲୋମିଟର ଦୂର ଗୋବିନ୍ଦପୁର ପାଖରୁ ଡ୍ରାଇଭର ସହ ଗାଡ଼ିଟି କୁ କାବୁ କରି ପୋଲିସ କୁ ହସ୍ତାନ୍ତର କରିଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯିବାରୁ ଖବର ପାଇ ଧାମନଗର ପୋଲିସ ପହଞ୍ଚି କେଶ ନଂ ୩୭୯ ରେ ୨୮୧,୧୦୬ ଦଫା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରଜୁ ପଠାଇଛି।

Leave a Reply

Your email address will not be published. Required fields are marked *