ସଦଗୁରୁ ଶ୍ରୀ ସ୍ବାମୀ ଚିଦାନନ୍ଦ ମହାରାଜ ଙ୍କ ୧୬ ତମ ପୁଣ୍ୟତିଥି ଦିବସ
ସଦଗୁରୁ ଶ୍ରୀ ସ୍ବାମୀ ଚିଦାନନ୍ଦ ମହାରାଜ ଙ୍କ ୧୬ ତମ ପୁଣ୍ୟତିଥି ଦିବସ ପାଳିତସାରା ଦେଶରେ ଆଜି ଗୁରୁଦେବ ଙ୍କ ପୁନ୍ୟତିଥି ପାଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ଦିବ୍ୟ ଜୀବନ ଶାଖା ରେ ମଧ୍ୟ ଦିବ୍ୟ ଜୀବନ ସଂଘ ସୋରଡ଼ା ଶାଖା ଆନୁକୁଲ୍ୟରେ ସଦଗୁରୁ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ୧୬ତମ ପୁଣ୍ୟତିଥି ଦିବସ ନିରାଡମ୍ବର ଭାବରେ ପାଳନ କରାଯାଇଅଛି। ପ୍ରାତଃ ସମୟରେ ବ୍ରାହ୍ମମୁହୂର୍ତ୍ତ ପ୍ରାର୍ଥନା କରାଯିବା ସହ ନଗର ପରିକ୍ରମା ସକାଳ ସମୟରେ ଶ୍ରୀଗୁରୁ ପାଦୁକାପୂଜା କରି ସଦଗୁରୁ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ଵତୀ ମହାରାଜ ସାରା ବିଶ୍ୱରେ କିପରି ଦିବ୍ୟ ଜୀବନ ସଂଘ ଏବଂ ନିଜ ଗୁରୁଦେବ ସଦଗୁରୁ ଶ୍ରୀ ସ୍ବାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ବାଣୀର ପ୍ରଚାର ଓ ପ୍ରସାର କିପରି କରିଥିଲେ ସେ ସମ୍ପର୍କରେ ସଂଘର ବରିଷ୍ଠ ଉପଦ୍ୟେଷ୍ଠା ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ ବିସ୍ତୃତ ଭାବେ ସମସ୍ତ ଗୁରୁଭାଇ ମlନଙ୍କୁ ଅବଗତ କରିଥିଲେ । ସହରର କେତେକ କଣ୍ଠିଶିଳ୍ପୀଙ୍କ ଦ୍ଵାରା ଗୁରୁଦେବ ଙ୍କ ଭଜନଓ କୀର୍ତ୍ତନ ପରିବେଷଣ କରିବା ସହ ସେହି ଅଞ୍ଚଳରେ ଏକ ଭକ୍ତି ଭାବ ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ଶେଷରେ ସମସ୍ତ ଗୁରୁ ପ୍ରେମୀ ଭାଇ ଓ ଭଉଣୀ ମାନଙ୍କ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l। ସମସ୍ତେ ପ୍ରସାଦ ପାଇ ସମସ୍ତେ ଉସାହ ଉଦ୍ଦୀପନା ସହିତ ଏହିଭଳି ବିଶେଷ ସତସଙ୍ଗର ଆୟୋଜନ କରାଯାଇଥିଲା ।ଏହି ସଂଘ ର ସଭାପତି ସୁଧାକର ପତ୍ର ଓ ସମ୍ପାଦକ ବି.ପ୍ରଶାନ୍ତ କୁମାର ପାତ୍ର ,କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ,ଉପଦେଷ୍ଟା ସୁବାଷ ପଣ୍ଡା , ଏନ. ପ୍ରଦୀପ ଚୌଧୁରୀ ସମେତ ସଂଘ ର ସମସ୍ତ କର୍ମ କର୍ତ୍ତା ଓ ସଭ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସମସ୍ତ ସଦସ୍ୟ ମିଶି ପରିଚାଳନା କରିଥିଲେ ।
