ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଜେ କେ କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ଓ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ଆନୁକୁଲ୍ୟରେ ତା ୩୧-୦୮-୨୪ ରେ ରାୟଗଡ ବ୍ଳକ କୁମୁଟିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଦେବଦଳା ଗୁଡା ଗ୍ରାମରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ରୁ ମୀନକେତନ କୋଣ୍ଡାଗୋରୀ, ବରିଷ୍ଠ ନେତ୍ର ରୋଗ ବିଶେଷଜ୍ଞ ଯୋଗଦେଇ୪୩ ଜଣ ଚକ୍ଷୁ ରୋଗୀ ଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ଏଥିରେ ୪ ଜଣ ମୋତିଆବିନ୍ଦୁ, ୫ ଜଣ ଟେରିଜିମ୍ ଓ ୨୧ ଜଣ ଦୃଷ୍ଟି ଦୋଷ ରୋଗୀ ଙ୍କୁ ଚିହ୍ନଟ କରାଯାଇଛି। ଜେକେ ଦିପେନ୍ସେରି ରେ ରୋଗୀ ଙ୍କ ଫିଟନେସ୍ କରାଯାଇ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ କୁ ଅସ୍ତ୍ରୋପଚାର ପାଇଁ ପଠାଯିବ। ପ୍ରୋଜେକ୍ଟ ରୋଷଣୀ ମାଧ୍ୟମରେ ପ୍ରତି ମାସରେ ଅନ୍ୟୁନ ୨୦୦ ରୋଗୀ ଙ୍କର ଚିକିତ୍ସା କରାଯାଇଥାଏ। ଅସ୍ତ୍ରୋପଚାର ପରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଓ ଚଶମା ପ୍ରଦାନ କରାଯିବ। କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ର ଉପ ପ୍ରବନ୍ଧକ ହରି ହର ଖମାରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
