ପରଜଙ୍ଗ ରେ ଓଡିଶା ଡ୍ରାଇଭର ମହାସଙ୍ଘ ର ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ଓଡିଶା ଡ୍ରାଇଭର ମହାସଂଘ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |ଏହି ଦିବସ ପାଳନ ଅବସରେ ବ୍ଲକ ସମସ୍ତ ଡ୍ରାଇଭର ଭାଇ ଏକତ୍ରିତ ହେବା ସହ ସରାଙ୍ଗ ସ୍ଥିତ ମା ଛିନ୍ନମସ୍ତା ମନ୍ଦିର ରେ ପୂଜାର୍ଚନା କରିବା ସହ ବିଶାଳ ବାଇକ ରାଲିରେ ପରଜଙ୍ଗ ମହେଶ ସୁବାହୁ ସିଂ ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ସେଠାରୁ ବିଶାଳ ରାଲି ରେ ବାହାରି ମୁକ୍ତାପଶି ମା ଲଣ୍ଡବୀର ଙ୍କ ପୀଠ ରେ ପହଂଚି ଥିଲେ |ଏହା ସହ ଡ୍ରାଇଭର ସଙ୍ଘ ର କିଛି ସଦସ୍ୟ ପରଜଙ୍ଗ ଥାନା ରେ ପହଂଚି ଥାନା ଅଧିକାରୀଙ୍କୁ ପୁଷ୍ପଗୋଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ଟ୍ରାଫିକ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ |ଏହାପରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ସମସ୍ତ ରୋଗୀଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ |ଡ୍ରାଇଭର ମହାସଙ୍ଘ ର ଏହି ସେବା କାର୍ଯ୍ୟ ପାଇଁ ତାଙ୍କୁ ଅଂଚଳବାସୀ ଧନ୍ୟବାଦ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *