ବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ମିଳିତ ଆନୁକୂଲ୍ୟରେ ଗୋ ପୂଜନ ଅନୁଷ୍ଠିତ

ବିଶ୍ବହିନ୍ଦୁ ପରିଷଦ ର ସଷ୍ଟି ପୂର୍ତ୍ତି ଅବସରରେ ଆଜି ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ତରଫରୁ ଭଣ୍ଡାରି ପୋଖରୀ ଓ ଚାନ୍ଦବାଲି ପ୍ରଖଣ୍ଡ ର ମହା ଆଡ଼ମ୍ବରରେ ଉଭୟ ପ୍ରଖଣ୍ଡ ରେ ପାଳନ କରାଯାଇଛି ଭଣ୍ଡାରି ପୋଖରୀ ଶୋଲମପୁର ଠାରେ ମୂଖ୍ୟ ଅତିଥି ଭାବେ ସମ୍ମାନୀୟ ସଂଗଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଚାନ୍ଦବାଲି ପ୍ରଖଣ୍ଡ ଠାରେ ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ଉପ ସଭାପତି ସମ୍ମାନୀୟ ପ୍ରଶାନ୍ତ ପଣ୍ଡା ମହୋଦୟ ଯୋଗଦାନ କରି ମାର୍ଗ ଦର୍ଶନ କରିଥିଲେ ଭଣ୍ଡାରି ପୋଖରୀ ଠାରେ ପ୍ରଥମେ ଗୋମାତା ପୂଜନ କରାଯାଇଥିବା ବେଳେ ଚାନ୍ଦବାଲି ଠାରେ ଏକ ସୁସଜ୍ଜିତ ଶୋଭାଯାତ୍ରା ମହିଳା ମାନଙ୍କୁ ନେଇ ନଗର ପରିକ୍ରମା କରିଥିଲେ ଉଭୟ କାର୍ଯ୍ୟକ୍ରମ ରେ ଶତାଧିକ ବଜରଙ୍ଗୀ ଭାଇ, ଦୁର୍ଗା ବାହିନୀ, ମାତୃଶକ୍ତି ମାନଙ୍କୁ ନେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସଫଳ କରାଇଥିଲେ ଏତତ୍ ବ୍ୟତୀତ ପ୍ରଦେଶ ଧର୍ମଚାର୍ଯ୍ୟ ପ୍ରମୁଖ ତଥା ଭଦ୍ରକ ଜିଲ୍ଲା ପାଳକ ସମ୍ମାନୀୟ ଅଜୟ କୁମାର ଦାସ, ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମାନ ବିପିନ ବିହାରୀ ପଣ୍ଡା,ବିଭାଗ ସମ୍ପାଦକ ବିଜୟ କୁମାର ସିହ୍ନା, ବିଭାଗ ସାମାଜିକ ସମରସତ୍ତା ପ୍ରମୁଖ ଶ୍ରୀଯୁକ୍ତ ହରେକୃଷ୍ଣ ଜେନା, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ, ଜିଲ୍ଲା ସେବା ପ୍ରମୁଖ ରଥ କିଶୋର ସାମଲ, ବିଶ୍ବ ହିନ୍ଦୁ ପରିଷଦ ର ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ପୁନିଲ ‌କୁମାର ସାମନ୍ତ , ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ ପୃଷ୍ଟି ଙ୍କ ସହ ଉଭୟ ପ୍ରଖଣ୍ଡ ସଭାପତି/ ସମ୍ପାଦକ/ ବଜରଙ୍ଗ ଦଳ ସଂଯୋଜକ ଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ

Leave a Reply

Your email address will not be published. Required fields are marked *