ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧର ପୁର ଗ୍ରାମରେ ତୃତୀୟ ବାର୍ଷିକ ଲୋକକଳା କାର୍ଯ୍ୟକ୍ରମ ଅନଷ୍ଠିତ।
ଦିନକୁ ଦିନ ଲୋକକଳାକୁ ପୁଣି ଗାଁ ସହରରେ ଜୀବିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଗତ ତିନି ବର୍ଷ ହେବ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଗାଁ କୁ ଲୋକ କଳା ଗାଁ ପୋଷଣ କରି ଲୋକକଳା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଘଟଗାଁ ବ୍ଲକ୍ ଚେୟାରମ୍ୟାନ୍ ଦ୍ରୌପଦି ଦଣ୍ଡପାଟ, ବିଡିଓ ନାରାୟଣ ସାହୁ, ଶିକ୍ଷକ ରୋହିତ୍ ବେହେରା ଯୋଗ ଦେଇଥିଲେ। ଅଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧର ପୁର ଗ୍ରାମରେ ତୃତୀୟ ବାର୍ଷିକ ଲୋକକଳା କାର୍ଯ୍ୟକ୍ରମ ଅନଷ୍ଠିତ।ତିଥି ମାନେ ଦିନକୁ ଦିନ ଗାଁ ଗହଳିରେ ଲୁଚି ଯାଉଥିବା ଲୋକକଳା କିପରି ପୁଣି ଜୀବିତ ହେବ ସେନେଇ ଲୋକମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ ଜଣାଇଥିଲେ । ଅନ୍ୟପକ୍ଷରେ ଏହି ଲୋକକଳା କାର୍ଯ୍ୟକ୍ରମରେ ପାଲା, ଝୁମର ନାଚ, ସାନ୍ତାଳ ନାଚ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଘଟଗାଁ ଏବିଡିଓ ଚିତରଞନ ନାୟକ ସଭାପରିଚାଳନା କରିଥିବା ବେଳେ ଗଦାଧରପୁର୍ ପଂଚାୟତର GRSS ରଣଜିତ ବାରିକ ଓ କର୍ମକର୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
