ସ୍ୱଦେଶୀ ଜାଗରଣ ମଞ୍ଚ ପୁରୀ ତରଫରୁ ଚାଲିଥିବା ସ୍ୱଦେଶୀ ସପ୍ତାହ କାର୍ଯ୍ୟକ୍ରମର ଉଦଯାପନ
ଗାନ୍ଧୀ ଜୀ ଙ୍କ ପୁରୀ ଆଗମନର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ଆଜି ଗାନ୍ଧୀ ଜୀ ଓ ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱଦେଶୀ ଜାଗରଣ ମଞ୍ଚ ପୁରୀ ତରଫରୁ ଚାଲିଥିବା ସ୍ୱଦେଶୀ ସପ୍ତାହ କାର୍ଯ୍ୟକ୍ରମର ଉଦଯାପନ ପୁରୀ ସିଂହଦ୍ଵାର ସମ୍ମୁଖରେ ହୋଇଯାଇଛି।ପ୍ରଥମରେ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଗାନ୍ଧୀଜୀଙ୍କୁ ପୁଷ୍ପାଞ୍ଜଳି ଦିଆଯାଇଥିଲା।କାର୍ଯ୍ୟକ୍ରମର ଆବାହକ ସଂଯୋଜକମନୋଜ କୁମାର ଅଗ୍ରୱାଲ ଥିବାବେଳେ ରାଜ୍ୟର ସଂଘର୍ଷ ବାହିନୀ ପ୍ରମୁଖ ସଚୀନନ୍ଦନ ଦାଶ ଉପସ୍ଥିତ ହୋଇ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ ସ୍ୱଦେଶୀ ବ୍ୟବହାର କରିବା ପାଇଁ କାର୍ଯ୍ୟକର୍ତା ମାନଙ୍କୁ ସ୍ବଦେଶୀ ସଂକଳ୍ପ କରାଇଥିଲେ।ପୁରୀରେ ମଦ ମୁକ୍ତି ପାଇଁ ପୁରୀ ବାସୀ ଙ୍କୁ ଆହ୍ୱାନ ଦେଇଥିଲେ।ସ୍ବଦେଶୀ ସଚେତନତା ଅଭିଯାନ କରାଯାଇ ଜନସାଧାରଣ ମାନଙ୍କୁ ସ୍ବଦେଶୀ ସୂଚୀ ବଣ୍ଟନ କରାଯାଇଥିଲା। ଉପେନ୍ଦ୍ର ବିଶୋଇ, ସବିତା ବିଶୋଇ, ଭବାନୀ ମିଶ୍ର, ବିଚିତ୍ର ରଂଜନ ସାହୁ,ଅଶୋକ କୁମାର ଦାଶ, ଜଗନ୍ନାଥ ଷଡ଼ଙ୍ଗୀ, ପ୍ରଭାତନଳିନୀ ସାହୁ, ରୋଜାଳିନମିଶ୍ର କୃଷ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
