ଗାନ୍ଧିଜୀଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ପୁରୀ- ତା. ୦୨.୧୦.୨୦୨୧- ଆଜି ସ୍ଥାନୀୟ ସଂସ୍କୃତି ଭବନରେ ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ତଥା ଗାନ୍ଧିଜୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁଭାସ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା ମୁଖ୍ୟବକ୍ତା, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ସମ୍ମାନିତ ଅତିଥି ଭାଵରେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ନୀତି,ଆଦର୍ଶ ଓ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଉତ୍ସବର ଆଭିମୁଖ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଲିଙ୍ଗରାଜ କଳା ନିକେତନର ଶିଳ୍ପୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ । ପରେପରେ ବଦ୍ରି ମିଶ୍ର,ଜଗନ୍ନାଥ ବସ୍ତିଆ, ବିଜୟ କୁମାର ପଣ୍ଡା, ପୌର୍ଣ୍ଣମାସୀ ଦେବୀ, ଯୋଗେଶ୍ୱର ପ୍ରହରାଜ, ଚନ୍ଦ୍ରଶେଖର ମହାରାଣା, ପ୍ରବାସିନୀ ମିଶ୍ର, ବିଚିତ୍ର ରଞ୍ଜନ ମହାପାତ୍ର, ଚିନ୍ମୟୀ ଗଜେନ୍ଦ୍ର, ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ, ଲକ୍ଷ୍ମୀ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ପ୍ରିୟପତ୍ରର ସଂପାଦକ ବିପିନବିହାରୀ ଦଳାଇ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *