ଭିଜିଲାନ୍ସ ଜାଲରେ ଗୋପାଳପୁର କଲେଜ ଅଧ୍ୟକ୍ଷ

( ) ଜନୈକା ଛାତ୍ରୀର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଲେଜ ଅଧ୍ୟକ୍ଷ ଙ୍କୁ ମାଡି ବସିଛି କଳାହାଣ୍ଡି ଭିଜିଲାନ୍ସ l ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଏସ ଏସ ଡି ଯୁକ୍ତ ଦୁଇ ଅଧ୍ୟକ୍ଷ ନବୀନ କୁମାର ସାହୁ ଜଣେ ଛାତ୍ରୀଙ୍କ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବାପାଇଁ ସୁମିତ୍ରା ନାଏକ ନାମକ ଜନୈକା ଅଭିଭାବିକlଙ୍କୁ ଲାଞ୍ଚ ଦାବୀ କରିଥିଲେ l ଏ ସମ୍ପର୍କରେ ଅଭିଯୋଗକାରିଣୀ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଯୋଜନା ମୁତାବକ ଶୁକ୍ରବାର ଗୋପାଳପୁର ଯୁକ୍ତ ଦୁଇ କଲେଜ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନବୀନ କୁମାର ସାହୁ ୧୦, ୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡି ବସିଥିଲେ l ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଠାରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରି ଜବତ କରିଥିବା ସୂଚନା ମିଳିଛି l କଳାହାଣ୍ଡି ଭିଜିଲାନ୍ସ ଡ଼ିଏସପି ପ୍ରଦୀପ କୁମାର ଆଇଣ୍ଡ ଙ୍କ ନିର୍ଦେଶ ରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏ ଏସ ଆଇ ବେଣୁଧର ବେହେରା, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଏହି ଚଢ଼ାଉ କରିଥିଲେ l ଅଧ୍ୟକ୍ଷ ସାହୁଙ୍କ ମେଦିନୀପୁର ସ୍ଥିତ ବାସ ଭବନରେ ମଧ୍ୟ ଚଢ଼ାଉ ଜାରି ରହିଥିବା ଡିଏସ ପି ଶ୍ରୀ ଆଇଣ୍ଡ ସୂଚନା ଦେଇଛନ୍ତି l ଏ ସମ୍ପର୍କରେ ଏକ ମାମଲା ୧୭/୨୦୨୪ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଛି l

Leave a Reply

Your email address will not be published. Required fields are marked *