ଶ୍ରୀ ଶ୍ରୀ ବଳଦେବ ସ୍ବାମୀ ପ୍ରାଇଭେଟ୍ ବସ୍ ମାଲିକ୍ ସଙ୍ଘ ର ନୂତନ କର୍ମ କର୍ତ୍ତା ଚୟନ

ଶ୍ରୀ ଶ୍ରୀ ବଳଦେବ ସ୍ବାମୀ ପ୍ରାଇଭେଟ୍ ବସ୍ ମାଲିକ୍ ସଙ୍ଘ ର ନୂତନ କର୍ମ କର୍ତ୍ତା ଚୟନ ଆସିକା:୦୬/୦୯/୨୦୨୪ ବୁଗୁଡ଼ା ୪ ନମ୍ବର ୱାର୍ଡ ସ୍ଥିତ ମାଳିଝୋଳା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ରେ ପୂର୍ବାହ୍ନ ୧୦ଘଣ୍ଟା ସମୟେ ନୂତନ କର୍ମ କର୍ତ୍ତା ଚୟନ ହୋଇଯାଇଛି। ଉକ୍ତ ବୈଠକର ସଭାପତିତ୍ବ କରିଥିଲେ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି। ବୈଠକ ଆରମ୍ଭ ରେ କୋଷାଧ୍ୟକ୍ଷ ବାର୍ଷିକ ଆୟ ବ୍ୟୟ ଅଟକଳ ସମସ୍ତ ମାଲିକ ଙ୍କ ସମ୍ମୁଖ ରେ ପଠନ କରିଥିଲେ। ପ୍ରକାଶ ଥାଉକି ପୂର୍ବତନ ସଭାପତି ସ୍ବଇଛାରେ ନିଜର ଅସୁବିଧା ଦର୍ଶାଇ ସଭାପତି ପଦରୁ ନିଜକୁ ଅବ୍ୟାହତି ରଖିବାରୁ ଆଜ ଅର୍ଥାତ ତା୦୬/୦୯/୨୪ ରିଖ ଦିନ କର୍ମ କର୍ତ୍ତା ଚୟନ ସମସ୍ତ ବସ ମାଲିକ ଥାଇ ଚୟନ ପ୍ରକ୍ରିୟା ଆରମ୍ଭ ହେଲା ସର୍ବ ପ୍ରଥମ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଙ୍କୁ ସଭାପତି ପାଇଁ ପ୍ରସ୍ତାବ ସମର୍ଥନ ଦେଇ କରତାଳି ମାଧ୍ୟମ ଚୟନ କରାଯାଇଥିଲା ତତ୍

ସହିତ କାର୍ଯ୍ୟ କାରୀ ସଭାପତି ଭାବେ ଶ୍ରୀ କାର୍ତ୍ତିକ ମଙ୍ଗଳା ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା। ସଙ୍ଘ ର ଉପ-ସଭାପତି ଶ୍ରୀ ଶିବ ନାରାୟଣ ପ୍ରଧାନ, ସମ୍ପାଦକ -ଶ୍ରୀ ଚିତ୍ର ସେନ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାହାକ, ଆଇନ୍ ପରାମର୍ଶ ଦାତା ଭାବେ ଶ୍ରୀ ବନବାସି ମହାରଣା, ଉପଦେଷ୍ଟା ଭାବେ କମିଟିରେ ୨ ଜଣଙ୍କୁ ଚୟନ କରାଗଲା ଯଥା ଶ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଓ ଶୁସାନ୍ତ କୁମାର ଡାକୁଆ (ଆଇନଜୀବୀ), ସନ୍ତୋଷ କୁମାର ରାଜଗୁରୁ ( ନୟାଗଡ଼) ପୋଲସରା, ଆସିକା, ବ୍ରହ୍ମପୁର, ଭଞ୍ଜନଗର, ଓଡ଼ଗାଁ ପ୍ରଭୁତି ଅଞ୍ଚଳର ସମସ୍ତ ବସ ମାଲିକ ଉପସ୍ଥିତ ଥିଲେ। ପରିଶେଷରେ ପ୍ରସାଦ ସେବନ କରି ଉକ୍ତ ବୈଠକ ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *