ପ୍ଳଟ ବେପାରୀଙ୍କ ସାହିର ରୋଡ଼କୁ ହିଞ୍ଜିଳି ପୌରପରିଷଦର ଅନୁକମ୍ପା


ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୋୖରାଞ୍ଚଳ ସୌନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରତ୍ୟେକ ସାହି ଗଲି କନ୍ଦି ରାସ୍ତା ଘାଟ ଓ ବିଦ୍ୟୁତ ଖୁଣ୍ଟ ସହିତ ଆଲୋକୀକରଣ ଆସିଥିବା ଟଙ୍କା ପ୍ଲଟ ବେବସାୟୀଙ୍କ ସାହିର ଥିବା ରୋଡକୁ ପୋୖର ପରିଷଦର ଅନୁକମ୍ପା ।ସୂଚନା ଥାଉ କି କିଛି ବିଲ ଦୋଫସିଲି ଏକ ଚାଷଜମିରେ ଥିବା ପ୍ଳଟ ବେପାରୀଙ୍କ ନୁତନ ପ୍ଲଟର ରାସ୍ତାକୁ ହିଞ୍ଜିଳି ପୌରପରିଷଦ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ ପାଇଁ ବେଶ ଅନୁକମ୍ପା ରହିଛି । ଯାହାକି ପ୍ଳଟର ରାସ୍ତାଘାଟ ଡ୍ରେନେଜ ବ୍ଯବସ୍ଥା ସହିତ ବିଦ୍ଯୁତର ବ୍ଯବସ୍ଥା ନ କରି ଚାଷଉପଯୋଗୀ ବିଲ ଦୋଫସିଲି ଏକ ଚାଷଜମିରେ ପ୍ଳଟ ବେପାରୀ ମାନେ ସରକାରଙ୍କ ପକ୍ଷରୁ ଜାରୀ ହୋଇଥିବା ନିୟମ କାନୁନକୁ ତିଳେ ମାତ୍ର ଭ୍ରୂକ୍ଷେପ ନକରି କ୍ରୟବିକ୍ରୟ କରୁଥିବା ନଜିର ରହିଛି । ଯାହା ଫଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଛନ୍ତି । ଅନ୍ୟ ପଟେ ଗଢ଼ି ଉଠିଥିବା ଚାଷଜମିରେ ବେନିୟମ ଭାବେ ପ୍ଳଟ ବେପାରୀଙ୍କ ସାହି ମଝିରେ ଥିବା ରାସ୍ତାକୁ ଲକ୍ଷ ଲକ୍ଷ ବ୍ୟୟ ବରଦ ଉନ୍ନତି ନିମନ୍ତେ ଅନୁକମ୍ପାରେ କାର୍ଯ୍ୟ ଚାଲିଥିବା ବେଳେ ବିନା ସୂଚନା ଫଳକରେ ଉକ୍ତ କାର୍ଯ୍ୟ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ :-ରଂଜିତ କୁମାର ପୋଲାଇ

Leave a Reply

Your email address will not be published. Required fields are marked *