ମୁଫତି ଆଲ୍ଲାମା ସୈୟଦ କୁଘୁସ ସାହେବଙ୍କ ୩୦ତମ ଉର୍ସ

: ମୁଫତି ଆଲ୍ଲାମା ସୈୟବ କୁନ୍ଦୁସ ସାହେବଙ୍କ ୩୦ତମ ଉର୍ସ (ବାର୍ଷିକ ଉତ୍ସବ) ଆସନ୍ତା ୭ ଓ ୮ତାରିଖ ୨ଦିନ ଧରି ପାଳିତ ହେବ । ଆଜି ପୁରୁଣାବଜାର ମିର୍ଜାପୁର ସ୍ଥିତ କୁଦୁସି ନଗର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେହିଭଳି ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ଧର୍ମଗୁରୁ ମୁଫତି-ଏ-ଆଜମଙ୍କ ଜୀବନୀ ସମ୍ପର୍କୀତ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପ୍ରତି ବର୍ଷ ଏହି ମହାନ ଧାର୍ମିକ ଗୁରୁଙ୍କର ସ୍ମୃତି ଉଦ୍ଦେଶ୍ୟରେ ଉର୍ସ ଉତ୍ସବ ପାଳନ କରାଯାଏ। ଯେଉଁଥରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ପୀର, ମୌଲାନା ଏବଂ ପ୍ରତିଷ୍ଠିତ ଉର୍ଦୁ କବିମାନଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେହିପରି ଏହି ଭସ୍ମ ବା ବାର୍ଷିକ ଉତ୍ସବରେ ଭାରତର ପ୍ରଖ୍ୟାତ୍ ମୌଲାନା ଓ ପ୍ରତିଷ୍ଠିତ ଉର୍ଦ୍ଦୁ କବୀମାନେ ଯୋଗଦାନ କରିବେ ବୋଲି ଆୟୋଜକ ମହିଉଦ୍ଦିନ ହବିବି କୁନ୍ଦୁସି, ହାଜି ଉସମାନ ଉଲ୍ଲହକ, ସୟେଦ ଆଲେରସୁଲ, ମୌରାଦ ଓ କାରି ମଇଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *