ଆନନ୍ଦପୁର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ସ୍ୱାଗତ ସମ୍ବର୍ଥନା ସଭା ଶୁଭାରମ୍ଭ ଅନୁଷ୍ଠିତ
** ଆନନ୍ଦପୁର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ସଭା “ଶୁଭାରମ୍ଭ” ଅନୁଷ୍ଠିତ ହୋଇଅଛି। ଏହି ସମ୍ବର୍ଦ୍ଧନା ସଭାରେ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ବାଣିଜ୍ୟ ବିଭାଗକୁ ସ୍ଵାଗତ କରାଯାଇଥିଲା।ପ୍ରାରମ୍ଭରେ ପ୍ରଭୁ ଜଗତରାନାଥ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ପୁଷ୍ପ ଅର୍ପଣ କରି, ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଦାସ ଏହି ସଭାରେ ସଭାପତିତ୍ବ କରିଥିଲେ।ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ନାରାୟଣ ମିଶ୍ର, ସମ୍ମାନୀୟ ଅତିଥି ରୂପେ ରସାୟନ ବିଭାଗୀୟ ମୁଖ୍ୟ ଡ଼ା ଶେଖର ପ୍ରସାଦ ଦେବତା, ଇଂରାଜି ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନାୟକ, ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶିବ ଚରଣ ବେହେରା, ଏବଂ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼ା ଦିବ୍ୟାଲୋଚନ ଭୂୟାଁ ଯୋଗ ଦେଇଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ମାୟାଧର ନାୟକ, ପ୍ରିୟସାରଥି ମହାପାତ୍ର ଏବଂ ଅଧ୍ୟାପିକା ହେମା ଗୁପ୍ତାଙ୍କ ଉପସ୍ଥିତିରେ ସଭା ଉତ୍ସବ ମୁଖର ହୋଇଥିଲା।ମଞ୍ଚାସିନ ସଭାପତି, ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇ ଜୀବନରେ ବାଣିଜ୍ୟ (Commerce) ର ମହତ୍ତ୍ଵ ବୁଝାଇ ଥିଲେ। ମାନବ ଜୀବନର ପ୍ରକୃତ ଅର୍ଥ ସହ ଏକ ଶୃଙ୍ଖଳିତ, ସ୍ଵାଭିମାନୀ, ସତ୍ୟପ୍ରିୟ, ପରିଶ୍ରମୀ ଏବଂ ସଫଳ ଛାତ୍ରଛାତ୍ରୀରୁ, ପଥଭ୍ରଷ୍ଟ ନହୋଇ ଏକ ସୁନ୍ଦର ମଣିଷଟିଏ ହୋଇ ବଞ୍ଚିବାର ଉପଦେଶ ଏବଂ ଆଶିଷ ଦେଇଥିଲେ।ପରିଶେଷରେ +୩ ତୃତୀୟ ବର୍ଷର ଛାତ୍ର ଶ୍ରୀମାନ ଶୁଭାଶିଷ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। +୩ ତୃତୀୟ ଏବଂ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା। ମହାବିଦ୍ୟାଳୟର ଏହା ଏକ ପରମ୍ପରା ଯାହା ଆଗତ ଦିନରେବି ଜାରି ରହିବ।
