ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ର ବିକଳ ଚିତ୍ର
ଏନ.ଏ. ସି. ର ୧୨ ନ ୱ।ଡ ( କଳିଙ୍ଗ ରୋଡ ସ୍ଥିତ ସମସ୍ତ ଙ୍କ ପାନୀୟ ଜଳ ନଳି ରୁ କଳ ପାଣି(ଡ୍ରେନ ସଢା ଜଳ ମିଶ୍ରିତ) ଅନବରତ ନିର୍ଗତ ହେଉଛି। ଏହି ଅବସ୍ଥା ଏକ ମାସ ହେଲା ଲାଗି ରହିଛି। ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣନ୍ତି ନାହିଁ।ଏହିସଢା ଜଳ ମିଶ୍ରିତ ପିଇବା ନଳିରୁ ବାହାରୁଛି ଲୋକମାନେ ଅନ୍ୟ ଉପାୟ ନପାଇ ସେହି ମିଶ୍ରିତ ଦୁସିତ ଜଳ ପାନୀୟ ରୂପେ ବ୍ୟବହାର କରୁଛନ୍ତି। ଏହାଦ୍ବାରା ବର୍ଷା ରୁତୁ ରେ ରୋଗ ସଙ୍କ୍ରମଣ ବୃଦ୍ଧି ପାଇବ ଯାହାକି ଅଞ୍ଚଳ ବାସୀଙ୍କ ଦୁର୍ଭାଗ୍ୟଜନକ ପରିସ୍ଥିତି ଉପୁଜିବା ଆଶଙ୍କା ପାଉଛି ଯାହାକି ବୁଦ୍ଧି ଜିବି ମହଲରେ ଅସନ୍ତୋଷ ବଢୁଛି। ସେଠାରେ ଉପସ୍ଥିତ ଥିବା ୧ ନ ୱ।ଡ କାଉନସିଲର ଶ୍ରୀ ସରୋଜ କୁମାର ଭଞ୍ଜ ଙ୍କ ଦୃଷ୍ଟି ଆକର୍ଷଣ କରାଗଲା ସେ ଏହି କଳା ପାନୀୟ ଜଳ ଦେଖି ହତଚକିତ ହୋଇ କହିଲେ ଏହାର ତୁରନ୍ତ ପ୍ରତିକାର ହେବା ଜରୁରୀ ନହେଲେ ଅଞ୍ଚଳ ବାସୀ ନାନା ରୋଗରେ ପୀଡିତ ହେବେ। ଶ୍ରୀ ପ୍ରତିଶୃତି ଦେଇ କହିଲେ ମୁଁ ଏହାର ତୁରନ୍ତ ପ୍ରତିକାର ନିମନ୍ତେ ଉଚ୍ଚପଦସ୍ଥ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବି।ପ୍ରକାଶ ଥାଉକି ଏହିକିଛିଦିନ ପୂର୍ବରୁ ବିଜୁଛକ ସ୍ଥିତ ଏନ୍ ଏ ସି ର ବିଦ୍ୟୁତ ତାର ମୁକଳା ହୋଇ ପଡ଼ିଛି।

.ଏହିମୁକୁଳା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଜଣଯାତ୍ରୀ ଆହତ ହୋଇଥିଲେ।ସେହି ସମୟରେ ମିନିବସ ମାଲିକ ସଂଘ ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ( ମୁନା ବାବୁ) ଏକଜୁକେଟିଭ ଅଫିସର ଶ୍ରୀ ବେଜ ବାବୁ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶ୍ରୀ ବେଜ ମହାଶୟ ପ୍ରତିଶୃତି ଦେଇ ଥିଲେ ତଥାପି ଏଜାବତ ତାହାର ସ୍ଥାୟୀ ସମାଧାନ ହେଲାନି । ବିଜୁଛକ ରେ ଯାତ୍ରୀ ମାନଙ୍କ ନାହିଁ ନଥିବା ଭିଡ ହେଉଛି।ଏହି ବିଦ୍ୟୁତ ତାର ର ସ୍ଥାୟୀ ସମାଧାନ ନ ହେଲେ ଏଥିରେ ଯାତ୍ରୀମାନେ ମୃତାହତ ହେବେ ଏଥିପାଇଁ କିଏ ଦାୟୀ ରହିବ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
