ନିଆରା ଢଙ୍ଗ ରେ ଗଣେଶ ପୂଜା ପାଳନ କଲେ ବଡ଼ଗଡ଼ ବନବିଭାଗ, ଯୋଗ ଦେଲେ ବିଧାୟକ

ସାରା ଦେଶ ଆଜି ଗଣେଶ ଚତୁର୍ଥୀ ପାଳୁଥିଲା ବେଳେ ବଡ଼ଗଡ଼ ବନବିଭାଗ ତରଫରୁ କିଛି ନିଆରା ଢଙ୍ଗ ରେ ଉତ୍ସବ ଟି ପାଳନ କରିବା ସହ ସମାଜ କୁ ବାର୍ତ୍ତା ଓ ଦୁର୍ଗମ ଅଞ୍ଚଳ ରେ ଲୋକଙ୍କୁ ରୋଜଗାର ର ପନ୍ଥା ଯୋଗାଇ ଦେଇଛନ୍ତି | ବୃକ୍ଷ ରେ ଦେବା ଦେବୀ ବାସକରନ୍ତି ତେଣୁ ଗଛ କାଟିବା ନାହିଁ ଜଙ୍ଗଲ କୁ ସୁରକ୍ଷା ଦେବା, ଏହି ଭଳି ମହାନ ବାର୍ତ୍ତା ସମାଜ କୁ ଦେଇଛନ୍ତି | ସବୁଜ ଭାରତ ଅଭିଯାନ ପ୍ରକଳ୍ପ ଅନ୍ତର୍ଗତ ବିଞ୍ଜିଗିରି, ରୋଳା, ଗାଜରକୁମ୍ପା, ବେସରବଟା, ମାଧବପୁର, ଲେମ୍ଭାକୁମ୍ପା ଗ୍ରାମ ରେ ଥିବା ବନସୁରକ୍ଷା ସମିତି କୁ ଛଅ ଗୋଟି ଜେନେରେଟର ସହ ସାବା ବନ ସୁରକ୍ଷା ସମିତି କୁ ଡାକବାଜି ଯନ୍ତ୍ର ସେଟ ଦେଇ ରୋଜଗାର ର ପନ୍ଥା ଦେଇଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋରଡ଼ା ର ବିଧାୟକ ଯୋଗ ଦେବା ସହ ଦକ୍ଷିଣ ବନଖଣ୍ଡ ସହକାରି ବନ ସରକ୍ଷକ ପ୍ରଦୀପ ବେହେରା, ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଶିଂ,ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ, ବନରଖି, ସମସ୍ତ କର୍ମଚାରୀ ଓ ବହୁ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *