ଶ୍ରୀ ଶ୍ରୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ରେ ପବିତ୍ର ଗଣେଶ ଚତୁର୍ଥୀ ପାଳିତ ହୋଇଛି

ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଲକ୍ ଜାମୁନୀ ଗ୍ରାମରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ରମାକାନ୍ତ ପାଢ଼ୀ, ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଯୋଗଦେଇଥିଲେ। ଶିଶୁ ମନ୍ଦିର 1998/ମସିହାରେ ପ୍ରତିଷ୍ଠା ହୋଇଥିଲା।ଦୀର୍ଘ 26 ଵର୍ଷ ହେଲା ପୁରୋଷୋତ୍ତମପୁର ବ୍ଲକ୍ ସୁନାମଧନ୍ୟ ଅର୍ଜନ କରିଛି। କେବଳ ଖାସ୍ ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ ସମ୍ଭଵ ଯୋଗୁଁ ଆଜି ଜାମୁନୀ ଗ୍ରାମରେ ଉଚ୍ଚ ପ୍ରଶଂସିତ ହୋଇଛି। ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜା ପାଳିତ ହୋଇଛି।ସମଗ୍ର ଦେଶରେ ଘରେ ଘରେ ବିଦ୍ୟାଳୟରେ, ବଜାର ଦୋକାନ ବ୍ୟବସାୟ ଅନୁଷ୍ଠାନ ଏବଂ ସ୍କୁଲ କଲେଜ ବିନାୟକ ଚତୁର୍ଥୀ ପାଳିତ ଧୁମଧାମରେ ପାଳନ କରିଥାନ୍ତି। ଶିଶୁ ମନ୍ଦିର ପଣ୍ଡିତ ସର୍ବଶ୍ରୀ ଅଖିଳ କୁମାର ତ୍ରିପାଠୀ ଙ୍କ ଦ୍ଵାରା ଶିଶୁ ମନ୍ଦିର ପୂଜାର୍ଚ୍ଚନା ଓ ପୂଜା ଦୀର୍ଘ 26 ଵର୍ଷ ହେଲା କରିଆସୁଛନ୍ତି। ଆଜିର ଏହି ମହାନ୍ ପବିତ୍ର ଗଣେଶ ଚତୁର୍ଥୀ ପୂଜା ରେ ର୍କତ୍ତା ରୁପେ ପ୍ରିୟଙ୍କା ଆଚାଯ୍ୟା ବସିଛନ୍ତି।

ପୁରୋହିତ ସାମବେଦ ମନ୍ତ୍ର ପାଠ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ, ଓ ଆଚାର୍ଯ୍ୟ , ଆଚାର୍ଯ୍ୟା ସମସ୍ତେ ସହଯୋଗ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗଣେଶ ଚତୁର୍ଥୀ ପୂଜା ଅର୍ଚ୍ଚନା ଅତି ସୁନ୍ଦର ଭାବରେ ଧୁମଧାମରେ ପାଳନ କରିଥିଲେ। ଆଖ ପାଖ ଗ୍ରାମରୁ 15 ଜଣ ଛାତ୍ର ଛାତ୍ରୀ ପ୍ରାରମ୍ଭ ବୋଧ ରେ ଶିଶୁ ମନ୍ଦିର ନୂତନ ଭାବରେ ନାମ ଲେଖାଇଥିଲେ।ଶେଷ ରେ ଧନ୍ୟବାଦ ଅର୍ପଣ ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ କରିଥିଲେ।

Leave a Reply

Your email address will not be published. Required fields are marked *