କିଲିପାଳ ଗ୍ରାମରେ ଫ୍ରେଣ୍ଡସେ କ୍ଲବ ଆନୁକୂଲ୍ୟରେ ଆଡମ୍ବର ରେ ଗଣେଶ ପୂଜା ଅନୁଷ୍ଠିତ
କନିମୂଳ ପଞ୍ଚାୟତ ଅନ୍ତର୍ଗତ କିଲିପାଳ ଗ୍ରାମରେ ଫ୍ରେଣ୍ଡସେ କ୍ଲବ ଆନୁକୂଲ୍ୟରେ ମହାଆଡମ୍ବର ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି |ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଅଗ୍ର ପୂଜ୍ୟ ଗଜାନନ ଙ୍କ ପୂଜା | ବିଦ୍ୟାର ଦେବତା ଆଦିଦେବ ଆଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜା ପୁରାଣ ଶାସ୍ତ୍ର ଅନୁଯାୟୀ ଗଣେଶ ବିଦ୍ୟା ଓ ବୃଦ୍ଧି ର ଦେବତା | ଗାଁ ଠାରୁ ସହର ଅଗ୍ର ପୂଜ୍ୟ ଙ୍କ ଆଗମନ ପାଇଁ ଉତ୍ସବ ମୁଖର | ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ଅନ୍ତର୍ଗତ କିଲିପାଳ ଗ୍ରାମରେ ଫ୍ରେଣ୍ଡସେ କ୍ଲବ ଆନୁକୂଲ୍ୟରେ ମହା ଆଡମ୍ବର ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି |ଏହା ଦୀର୍ଘ ୨୦ବର୍ଷ ହେବ ପାଳିତ ହୋଇଆସୁଛି |ଏଥିରେ ପୂଜକ ଭାବେ ସୁବାଷ ମିଶ୍ର ଓ କର୍ତ୍ତା ଭାବେ ସୀତାକାନ୍ତ ସାହୁ କାର୍ଯ୍ୟରତ ଥିଲେ |ତାଙ୍କ ସହ ଫ୍ରେଣ୍ଡସେ କ୍ଲବ ର ଲଲାଟୁ କୁମାର ସାହୁ, ତ୍ରିଲୋକ୍ୟ ସାହୁ, ଦୀପକ କୁମାର ସାହୁ, ତପନ ବେହେରା, ରମାକାନ୍ତ ଜେନା, ଜିତେନ୍ଦ୍ର ଦାଶ, ପ୍ରଶାନ୍ତ ଦାଶ, ସନ୍ତୋଷ ଦାସ, ଦେବାଶିଷ ମହାନ୍ତି, ଦୀପକ ଦାସ, ବିକ୍ରମ ଦାସ, ଅଧୀର ବେହେରା ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ |ଏବଂ ଫ୍ରେଣ୍ଡସେ କ୍ଲବ ର ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ୍ୟ ଆୟୋଜନ କରାଯାଇଛି |
