ଜଗତସିଂହପୁର ଠାରେ ଅବୃତା ଫାଉଣ୍ଡେସନ ପକ୍ଷରୁ ଅବୃତୋତ୍ସବ 2024 ଅନୁଷ୍ଠିତ

ଜଗତସିଂହପୁର ଠାରେ ଅବୃତା ଫାଉଣ୍ଡେସନ ପକ୍ଷରୁ ଅବୃତୋତ୍ସବ 2024 ଓ ଚମ୍ପା ମଦର ଆୱାର୍ଡ ଅନୁଷ୍ଠିତ ହୋଇ ଯାଇଛି । ଅବୃତା ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ନାଇଜର ର କୁଳପତି ଡ଼ ଅଭୟ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କ୍ରିୟାଯୋଗ ଆଶ୍ରମ ର ପ୍ରତିଷ୍ଠାତା ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି, ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ପ୍ରାକ୍ତନ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଏହି ଉତ୍ସବ କୁ ଉଦଘାଟନ କରିଥିଲେ । ଚଳିତ ବର୍ଷ 2024 ଚମ୍ପା ମଦର ଆୱାର୍ଡ ଶ୍ରୀମତୀ ତୁଳସୀ ସାହୁଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ 45 ଜଣ ଅସହାୟ କନ୍ୟା ମାନଙ୍କୁ ଅମୃତା ଫାଉଣ୍ଡେସନ ସହାୟତା ଯୋଗାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *