ଦିବ୍ୟ ଦର୍ଶନ ଆଧ୍ୟାତ୍ମିକ ସଂସ୍ଥାନର ଷଷ୍ଠ ବାର୍ଷିକ ଉତ୍ସବ

ଦିବ୍ୟ ଦର୍ଶନ ଆଧ୍ୟାତ୍ମିକ ସଂସ୍ଥାନର ଷଷ୍ଠ ବାର୍ଷିକ ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶଙ୍କର୍ଷଣ ପରିଡ଼ା, ଚକ୍ରଧର ମହାପାତ୍ର, ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ।, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ବିଶ୍ୱପ୍ରକାଶ ପଟ୍ଟନାୟକ, ହରପ୍ରିୟା ସାହ ଯୋଗଦେଇଥିଲେ।। ପତ୍ରିକାର ମୁଖ୍ୟ ସଂପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ ଅତିଥି ମାନେ କହିଲେ ଯୋ ସମାଜରେ ଆଧ୍ୟାତ୍ମିକ ସଚେତନତା ସୃଷ୍ଟି ସହିତ ଅନୁଭବରେ ଈଶ୍ୱର ବର୍ଣ୍ଣନା ଓ ପ୍ରସାର ପ୍ରଚାର ଦିଗରେ ପତ୍ରିକାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରୀମତୀ ଶୁଭ୍ରା ନନ୍ଦ, ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ, ଶ୍ରୀଯୁକ୍ତ ସୁକୁମାର ସାମଲ, ଶ୍ରୀଯୁକ୍ତ ଲୋକନାଥ ଦାଶ, ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ନନ୍ଦ, ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଶ୍ରୀଯୁକ୍ତ ଜାନକୀବଲ୍ଲଭ ଦାଶ, ଶ୍ରୀଯୁକ୍ତ ମିଲନ କୁମାର ମିଶ୍ର, ସଙ୍ଘମିତ୍ରା କାନୁନଗୋ, ସନ୍ଧ୍ୟା ରାଣୀ ଶତପଥୀ, ଶ୍ରୀଯୁକ୍ତ ଶଶଧର ପଣ୍ଡା ଏବଂ ଶ୍ରୀଯୁକ୍ତ ଅଶୋକ କୁମାର ପତିଙ୍କୁ ଦିବ୍ୟ ଦର୍ଶନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଂସ୍ଥାନର ମୁଖପତ୍ର ‘ଦିବ୍ୟଦର୍ଶନ’, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ରଚିତ ଆଧ୍ୟାତ୍ମିକ ପୁସ୍ତକ ‘ସାଆନ୍ତ ମୋ ବେଶ ରଙ୍କୁଣା’, ଶ୍ରୀମତୀ କୃଷ୍ଣପ୍ରିୟା ମ‌ହାପାତ୍ରଙ୍କ ରଚିତ କବିତା ସଙ୍କଳନ ‘ପଦ୍ୟନିଚୟ’, ଡକ୍ଟର ସୁଦୀପ୍ତା ମିଶ୍ରଙ୍କ ରଚିତ କବିତା ସଙ୍କଳନ ‘ଅଣ୍ଡର ଦ ଷ୍ଟାରି ସ୍କାଏ’ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।ପ୍ରାରମ୍ଭରେ ଆୟୋଜିତ ଆଧ୍ୟାତ୍ମିକ କବିତା ପାଠୋତ୍ସବରେ ସଭାପତିତ୍ବ କରିଥିଲେ ‘ନୀଳଚକ୍ର ବାନା’ ର ସଂପାଦିକା ପୈ। ର୍ଣ୍ଣମାସୀ ଦେବୀ ।

ଅତିଥି ଭାବରେ ବସନ୍ତ କୁମାର ମାଝୀ, ଶ୍ରୀମତୀ ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ଏବଂ ଅଭିନବ ପଟ୍ଟନାୟକ। କବିତା ସଂଯୋଜନା କରିଥିଲେ ଅନ୍ନପୂର୍ଣ୍ଣା ଦେବୀ, କ୍ରିଷ୍ଣା ମହାପାତ୍ର ଓ ସର୍ବାଣୀ ଦାସ । ସଭା ଆରମ୍ଭରେ ଓଡ଼ିଶା ସଂଗୀତ ପରିଷଦର ଛାତ୍ରଛାତ୍ରୀଙ୍କ କଣ୍ଠରେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନାରେ ବୃନ୍ଦଗାନ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ଐଶ୍ୱର୍ଯ୍ୟା ଦାଶ, ଅଲିଭା, ଲକ୍ଷ୍ମୀପ୍ରିୟା ଦାଶ, ଓମ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସଂପାଦିକା ପ୍ରବାସିନୀ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ କ୍ରିଷ୍ଣା ମହାପାତ୍ର, କଳ୍ପନା ମିଶ୍ର। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ… ।

Leave a Reply

Your email address will not be published. Required fields are marked *