ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ରେ ଦିବଙ୍ଗତ ଆଶା ମାତା ଙ୍କ ର ଅଲୌକିକ ପବିତ୍ର ଶ୍ରଦ୍ଧାଞ୍ଜଳି ଦିବସ

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ , ଉଦଳା ସେବାକେନ୍ଦ୍ର , ଆତ୍ମଦର୍ଶନ ଭବନ ତରଫରୁ ଦିବଙ୍ଗତ ଆଶା ମାତା ଙ୍କ ର ଅଲୌକିକ ପବିତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି। ମୟୂରଭଞ୍ଜ ର ମୁଖ୍ୟ ବ୍ରହ୍ମାକୁମାରୀ ସାବିତ୍ରୀ , ବରିଷ୍ଠ ଭ୍ରାତା ଚନ୍ଦ୍ରମୋହନ, ଉଦଳା ର ମୁଖ୍ୟ ସଂଚାଳିକା ଭଉଣୀ ବ୍ରହ୍ମା କୁମାରୀ ଦମୟନ୍ତୀ ବ୍ରହ୍ମା କୁମାରୀ ହେନା (ବାରିପଦା), ବ୍ରହ୍ମା କୁମାରୀ ବନିତା ଙ୍କ ଉପସ୍ଥିତି ରେ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସାରା ମୟୂରଭଞ୍ଜ ରାଜଯୋଗ ଶିକ୍ଷାକେନ୍ଦ୍ର ର ମୁଖ୍ୟ ବ୍ରହ୍ମା କୁମାରୀ ଭଉଣୀ ଓ ରାଜଯୋଗ ଶିକ୍ଷା ରତ ଭାଈ ଓ ଭଉଣୀ ମାନେ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ନିଜ ନିଜର ଅମୂଲ୍ୟ ବକ୍ତବ୍ୟ ଦିବଙ୍ଗତ ଆଶା ମାତା ଙ୍କ ବିଷୟରେ ରଖିଥିଲେ । ଅଲୌକିକ ପବିତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସମସ୍ତେ ଦିବଙ୍ଗତ ଆଶା ମାତା ଙ୍କ ପାଇଁ ସ୍ନେହ ଫୁଲ ଅର୍ପଣ କରି , ବ୍ରହ୍ମ ଭୋଜନ କରି ନିଜ ନିଜ ସ୍ଥାନକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *