ଦୃଶ୍ୟାନ୍ତର ପକ୍ଷରୁ ନାଟକ କର୍ମଶାଳା ଓ ଆଲୋଚନାଚକ୍ର

ହିଞ୍ଜିଳିକାଟୁ:-୮/୯( ) ହିଞ୍ଜିଳିକାଟୁ ଦୃଶ୍ୟାନ୍ତର ପରିବାର ପକ୍ଷରୁ ରବିବାର ଫେସ୍ କମ୍ପ୍ୟୁଟର ଦୃଶ୍ୟାନ୍ତର ଏକାଡେମୀ ପରିସରରେ ନାଟ୍ୟ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ପ୍ରଦୀପ ମଦନ ମିଶ୍ର ଯୋଗଦେଇ ନାଟକରେ ଶବ୍ଦ ଓ ଆଲୋକର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ନାଟ୍ୟ ଅଭିନେତା ସୁବୋଧ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ରାଜ ଗୋପାଳ ପାଢି, ଯୁବ ମଞ୍ଚ ଶିଳ୍ପୀ ନଳିନୀକାନ୍ତ ଗୈାଡ, ନିର୍ଦ୍ଦେଶକ ରତ୍ନାକର ସିଇଓ ଓ ସଙ୍ଗୀତ ନିର୍ଦ୍ଦେଶକ କାହ୍ନୁ ଚରଣ ମହାପାତ୍ର ମଞ୍ଚାସିନ ଥିଲେ। ନାଟକରେ ଅଭିନେତାର ଅଭିନୟ ଦକ୍ଷତା, ଦାୟିତ୍ଵ, ସାଜସଜ୍ଜା, ଆଲୋକ ସମ୍ପାଦନା, ସଙ୍ଗୀତର ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ସିଏଚ ଦେବଦାସ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଚିନ୍ମୟ ପୋଲାଇ, କାହ୍ନା ସାବତ, ପ୍ରଭାତ ମହାରଣା, ସରୋଜ ପାତ୍ର, କାହ୍ନୁ ଗୈାଡ, ଆଲୋକ ନାୟକ, ରଞ୍ଜନ ସାହୁ,କିରଣ ପୃଷ୍ଟି, କେଶବ ମହାରଣା, ମିଲନ ମୁଦୁଲି, ଦିଲ୍ଲିପ ମହାନ୍ତି, ରାଜେଶ ପାତ୍ର, ବଳରାମ ପାତ୍ର,ଉତ୍ତମ ମହାରଣା ପ୍ରମୁଖ ଉପସ୍ଥିତ ରହି ନାଟକ ଶିକ୍ଷା ଲାଭ କରିଥିଲେ । ଏହି ଅବସରରେ ଦୃଶ୍ୟାନ୍ତର ପରିବାରର ଲୋଗୋ ଉନ୍ମୋଚନ କରାଯାଇଥିଲା।

Leave a Reply

Your email address will not be published. Required fields are marked *