ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ, ଶ୍ରୀ ଶିବରାଜ ସିଂହ ଚୌହାନଙ୍କ କଡ଼ା କାର୍ଯ୍ୟାନୁଷ୍ଠା

ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ, ଶ୍ରୀ ଶିବରାଜ ସିଂହ ଚୌହାନଙ୍କ କଡ଼ା କାର୍ଯ୍ୟାନୁଷ୍ଠା l ନଲାଞ୍ଚ ଅଭିଯୋଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ: କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାର୍କେଟିଂ ଅଧିକାରୀ ନିଲମ୍ବିତଗୋଦାମ ସବସିଡି ମଞ୍ଜୁର ପାଇଁ ଲାଞ୍ଚ ଅଭିଯୋଗ: ଅଧିକାରୀ ନିଲମ୍ବିତକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କୃଷି ମନ୍ତ୍ରଣାଳୟର ମାର୍କେଟିଂ ଅଧିକାରୀ ଶ୍ରୀ ଅନୁରାଗଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଦୁଇଟି ଗୋଦାମରୁ ଲାଞ୍ଚ ମାଗିଥିବା ନେଇ ଆସିଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।ଅଭିଯୋଗ ଅନୁଯାୟୀ, ସିହୋର ଜିଲ୍ଲାରେ ଯାଞ୍ଚ ସମୟରେ ସବସିଡି ଅର୍ଥ ପ୍ରଦାନ ବଦଳରେ ଉକ୍ତ ଅଧିକାରୀ ଟଙ୍କା ଦାବି କରିଥିଲେ। ଭୈରୁଣ୍ଡା ତହସିଲର ‘ଶିବାୟ ଗୋଦାମ’ ଠାରୁ ୧ ଲକ୍ଷ ଟଙ୍କା ଏବଂ ରେହତି ଅଞ୍ଚଳର ବେହେରାଖେଡି ଗ୍ରାମସ୍ଥିତ ‘ଶ୍ରୀ କୃଷ୍ଣ ଗୋଦାମ’ ଠାରୁ ୬୦,୦୦୦ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି।ଏହି ଅଭିଯୋଗ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ମନ୍ତ୍ରୀ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ, ମାର୍କେଟିଂ ଅଧିକାରୀ ଅନୁରାଗଙ୍କୁ ତତ୍କାଳ ପ୍ରଭାବ ଅନୁସାରେ ନିଲମ୍ବିତ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ମନ୍ତ୍ରଣାଳୟର ସେହି ଆଭିମୁଖ୍ୟକୁ ମଧ୍ୟ ସ୍ପଷ୍ଟ କରୁଛି ଯେ, କୃଷକ ଓ ଗୋଦାମ ପରିଚାଳକଙ୍କ ସହ ଜଡ଼ିତ ସରକାରୀ ପ୍ରକ୍ରିୟାରେ ଅନିୟମିତତା କିମ୍ବା ଲାଞ୍ଚ ସମ୍ବନ୍ଧୀୟ ଅଭିଯୋଗକୁ ଗୁରୁତ୍ୱର ସହ ନିଆଯିବ ଏବଂ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *