ପାତରଅନ୍ତର ରେ ବାର୍ଦ୍ଧକ୍ୟ ଭତ୍ତା ,ହିଞ୍ଜିଳି କଂଗ୍ରେସର ତଦନ୍ତ ଦାବି
ପାତରଅନ୍ତର ରେ ବାର୍ଦ୍ଧକ୍ୟ ଭତ୍ତା ,ହିଞ୍ଜିଳି କଂଗ୍ରେସର ତଦନ୍ତ ଦାବି । ହିଞ୍ଜିଳି କାଟୁ :-୮/୦୯/୨୪ ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ଉପଯୁକ୍ତ ବୟସରେ ମଧ୍ୟ ପୁରୁଷ ଓ ମହିଳା ମାନେ ବାର୍ଦ୍ଧକ୍ୟ ଭତ୍ତା ପାଇପାରୁନାହାନ୍ତି କି ସରକାରୀ ଯୋଜନାରୁ ଲାଭ ବାଦପଡିଯାଇଛନ୍ତି । ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ କୁଜିନେତାଙ୍କ ସମର୍ଥକ ସହ ଅତିପାଖ ଲୋକ ସରକାରଙ୍କ ଯୋଜନା ହାତେଇଲା ବେଳେ ସାଧାରଣଜନତା ଏବଂ ଯୋଗ୍ଯ ହିତାଧିକାରୀ ମାନେ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇରହିଛନ୍ତି । ସୁଚନାପ୍ରକାରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ପୌରପରିଷଦର ୨୧ଟି ଓ୍ବାର୍ଡର କିଛି ଯୋଗ୍ୟ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବଞ୍ଚିତ ହୋଇଛନ୍ତି ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ ନେତାଙ୍କ ସହୋଯୋଗୀ ମାନେ ପାଉଥିବା ବେଳେ ପ୍ରକୃତ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ରହିଛନ୍ତି । ତାଙ୍କର କହିବା ପ୍ରକାରେ ବୟସରେ ତାଳମେଳ ନଥାଇ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ଆମ୍ଭେ ଯୋଗ୍ୟ ବିବେଚିତ ଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଯାଇଛୁ । ସ୍ଥାନୀୟ ପୌରପରିଷଦର ଜନପ୍ରତିନିଧି ଓ ଦଳୀୟ ନେତାଙ୍କ ସହିତ କିଛି କର୍ମଚାରୀଙ୍କ ମଧୁଶାଳାରେ ପାତରଅନ୍ତର ନୀତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ଯ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ନେଇ ସମସ୍ତ ଗଞ୍ଜାମ ପଶ୍ଚିମ କଂଗ୍ରେସ କମିଟିର ପୁର୍ବତନ ସାଧାରଣ ସମ୍ପାଦକ ରାମ ନାରାୟଣ ବିଶ୍ବାସରାୟ , ପୁର୍ବତନ ହିଞ୍ଜିଳି ନଗର କଂଗ୍ରେସ ସଭାପତି ରଂଜିତ କୁମାର ପୋଲାଇ ସମତେ, ସ୍ଥାନୀୟ ପୌରପରିଷଦର ପୁର୍ବତନ କାଉନସିଲର ସମତେ କିଛି ବୁଦ୍ଧିଜୀବି ମାନେ ଦାବି ରଖିଛନ୍ତି ।
