ନକ୍ସଲ ନାଁ ରେ କରୁଥିଲେ ଚାନ୍ଦା ଆଦାୟ

,ନକ୍ସଲଙ୍କ ନାଁରେ ଧମକ ଦେଇ, ମାଗୁଥିଲେ ପଚାଶ ହଜାର।ଟଂକା ନଦେଲେ ଘର ସାମ୍ନାରେ ପୋଷ୍ଟର ମାରି, ପ୍ରଜାକୋଟ ରେ ଦଣ୍ଡ ଦେବାକୁ ଦେଉଥିଲେ ଧମକ ।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପୋଲିସ୍ ଦୁଇ ଜଣ ଯୁବକ କୁ ଗିରଫ କରିଛି। ସେମାନେ ହେଲେ ଖୁଡ଼ୁକ ପଞ୍ଚାୟତ ରାଜ୍ ପୁର୍ ଗ୍ରାମର ଲାଲରାମହରିଜନ ଓ ଖୁଡୁକ ଗ୍ରାମର ପିଲାରାମ ହରିଜନ ବୋଲି ଜଣାପଡିଛି ସୂଚନା ଅନୁଯାୟୀ , ଗତ ଗୁରୁବାର ସନ୍ଧ୍ୟା ସମୟରେ ହାଟଭରଣ୍ଡି ଗ୍ରାମର ଅନିଲ କୁମାର୍ ଗଣ୍ଠାଙ୍କ ଘରେ ଯାଇ ନିଜକୁ ନକ୍ସଲ ପରିଚୟ ଦେଇ ଧମକ ଦେଇ ଥିଲେ । ଓ ପଚାଶ ହଜାର ଟଙ୍କା ଦାବି କରି ଥିଲେ ।ଅନିଲ ପଇସା ନଥିବା କହି ସେମାନଙ୍କୁ ଫେରାଇ ଦେଇ ଥିଲେ । ହେଲେ ତାପର ଦିନ ପୁଣି ଥରେ ଫୋନ୍ ଯୋଗେ ଟଙ୍କା ମାଗିଥିଲେ

lପଇସା ନଦେଲେ ଘର ସାମ୍ନାରେ ପୋଷ୍ଟର ମାରି, ପ୍ରଜକୋଟରେ ଦଣ୍ଡ ଦିଆଯିବ ବୋଲି ଧମକ ଦେଇ ଥିଲେ ।ଅନିଲ କୌଣସି ଉପାୟ ନପାଇ କୁନ୍ଦେଇ ଥାନାରେ ଲିଖିତ ଜଣାଇ ଥିଲେ । ଏହା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ କେସ ନମ୍ୱର୍ -89/24 ରେ ଏକ ମାମଲା ରୁଜୁ କରି ରାମଲାଲ ଓ ପିଲାରାମ୍ ଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି।ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଙ୍କ ଚଳପ୍ରଚଳ ରହିଥିବା ବେଳେ ଏହାର ଫାଇଦା ଉଠାଇ ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ । ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ସିକଦାର ରିପୋର୍ଟ ଖବର ପସ୍ଲ ଓଡ଼ିଶା l

Leave a Reply

Your email address will not be published. Required fields are marked *