ଜଗତସିଂହପୁର ଜିଲ୍ଲା ଅମଲା ସଂଘର ବୈଠକ ଅନୁଷ୍ଠିତ

ଓଡ଼ିଶା ଶିକ୍ଷା ଅମଲା ସଂଘ ଜଗତସିଂହପୁର ଜିଲ୍ଲା ଅମଲା ସଂଘର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରେ ଆୟୋଜିତ ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧିକାରୀ ବାଇଧର ତ୍ରିପାଠୀ, ଓଷ୍ଟା ସଂଘ ସମ୍ପାଦକ ନାରାୟଣ ବାରିକ, ଅମଲା ସଙ୍ଘର ସଭାପତି ଆମର କାନ୍ତ ପଣ୍ଡା, ସମ୍ପାଦକ ସୁରେଶ ଚନ୍ଦ୍ର ପରିଜା, ରମେଶ ଚନ୍ଦ୍ର ସ୍ବାଇଁ ଓ ନଳିନୀ କାନ୍ତ ଓଝା ପ୍ରମୁଖ ଉପସ୍ଥିତ ରହିବା ସହିତ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ

। ତେବେ ଆଗାମୀ ଦିନରେ ଶିକ୍ଷା ଅମଲା ସଙ୍ଘ ବିଭିନ୍ନ ଦାବି ନେଇ ରାଜ୍ୟ ସଂଘ ଜରିଆରେ ସରକାର ଙ୍କୁ ଅବଗତ କରିବା ସହିତ ବିଭିନ୍ନ ଦାବି ଉପସ୍ଥାପନ କରିବ ବୋଲି ଜିଲ୍ଲା ଶିକ୍ଷା ଅମଲା ସଙ୍ଘ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *