ଦକ୍ଷିଣ ଓଡ଼ିଶାର ରେଳପଥର ବିକାଶ କୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଦ୍ୱିତୀୟ ଦିନରେ

*ଦକ୍ଷିଣ ଓଡ଼ିଶାର ରେଳପଥର ବିକାଶ କୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଦ୍ୱିତୀୟ ଦିନରେ*ଆପଣ ଜାଣନ୍ତି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, ଏବଂ ରାୟଗଡା ଜିଲ୍ଲାରେ ବହୁ ପ୍ରତିକ୍ଷିତ ରେଳ ପ୍ରକଳ୍ପ ଗୁଡିକ ଦୀର୍ଘ ବର୍ଷ ଧରି ବାରମ୍ବାର ଅବହେଳାର ସମ୍ମୁଖୀନ ହୋଇଛନ୍ତି। ଏପରିକି ଓଡ଼ିଶାର ସବୁଠାରୁ ପୁରାତନ ରେଳ ଷ୍ଟେସନ ବ୍ରହ୍ମପୁର , ଯାହାଯାତ୍ରୀ ଟ୍ରାଫିକ, ଫୁୂଟଫଲ ଏବଂ ଆୟ କ୍ଷେତ୍ରରେ ଭୁବନେଶ୍ବର ଏବଂ ପୁରୀ ଷ୍ଟେସନ ପରେ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି, ସେଠି ମଧ୍ଯଆବଶ୍ୟକ ମୌଳିକ ସୁବିଧା ଦିଆଯାଇନାହିଁ। ରାଜ୍ୟର ଛୋଟ ରେଳ ଷ୍ଟେସନଗୁଡିକ ଆଧୁନିକ ସୁବିଧା ପାଇବାକୁ ଯାଉଥ୍‌ବାବେଳେଶତାବ୍ଦୀ ପୁରୁଣା ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶା ର ଅନ୍ୟ ଗୁରୂତ୍ବପୂର୍ଣ୍ଵ ଷ୍ଟେସନଗୁଡିକ ଅବହେଳାର ସମ୍ମୁଖୀନ ହେଉଛନ୍ତି।ଏହି ଦାବି ପତ୍ର ମାଧ୍ଯମରେ ଆମେ କିଛି ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଏବଂ ମହତ୍ବପୁର୍ଣ ଭିରିଭମି ବିକାଶ କୁ ଆପଣଙ୍କ ନଜରକୁ ଆଣୁଛୁ ଯାହା ପୂର୍ବରୁ ଅନୁମୋଦିତ ହୋଇ ଦୀର୍ଘ ସମୟ ହେଲା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ଭିରିଭୂମି ଗୁଡିକ ର ବିକାଶ ହେଲେ ରାଜ୍ୟର ଏହିଭାଗରେ ଟ୍ରାଫିକ୍‌ ଏବଂ ଯାତ୍ରୀ ସେବା ର ବର୍ତମାନ ଚାହିଦାକୁ ସମାଧାନ କରିପାରିବା।*ନୂତନ ରେଳ ଲାଇନ୍ ଗୁଡ଼ିକର କାମ ତୁରନ୍ତ ଆରମ୍ଭ କରାଯାଉ** ଆସ୍କା, ଭଞ୍ଜନଗର, ଫୁଲବାଣୀ ଏବଂ ବୌଦ୍ଧ ଦେଇ ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ଲାଇନ।* ରାୟଗଡା (ସିଙ୍ଗାପୁର ରୋଡ) – ପଦୃପୁର- ରାମନାଗୁଡା- ବାକିଲି ଦେଇ ଗୋପାଳପୁର ନୂତନ ରେଳ ଲାଇନ।* ତାରାତାରିଣୀ, ପୋଲାସରା, ବୁଗୁଡା ଏବଂ ନୟାଗଡ଼ ଦେଇ ଗୋପାଳପୁର-ତାଲଚେର ନୂତନ ରେଳ ଲାଇନ।* ଗୁଣୁପୁର-ରାୟାଗଡା ନୂତନ ରେଳ ଲାଇନ କାର୍ଯ୍ୟତୁରନ୍ତ ଆରମ୍ଭ କରାଯାଉ।*ବ୍ରହ୍ମପୁର ଷ୍ଟେସନ ରେ ଏକ କୋଚିଙ୍ଗ ଡିପୋ ଆବଶ୍ୟକ*ନୂତନ ଟ୍ରେନ୍‌ ଚଳାଚଳ ଓ ବ୍ରହ୍ମପୁର କୁ ଟ୍ରେନ୍‌ ବିସ୍ତାର ପାଇଁ ବହୁତ ଦାବି ଅଛି କିନ୍ତୁ ବର୍ଭମାନ ରକ୍ଷଣାବେକ୍ଷଣ ସୁବିଧା ଅଭାବରୁ ବହ୍ମପୁର ରୁ ଟ୍ରେନ୍‌ ଛାଡିବା ଓ ରହିବା ସମ୍ଭବ ହେଉ ନାହି । ତେଣୁ ବ୍ରହ୍ମପୁର କିମ୍ଵା ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଏକ ଡିପୋ ଅତ୍ୟନ୍ତଆବଶ୍ୟକ।*ବ୍ରହ୍ମପୁର ରେ ନୂତନ ରେଳ ଡିଭିଜନ୍*ବ୍ରହ୍ମପୁରରେ ରେଳ ଡିଭିଜନ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି । ରେଳ ମନ୍ତ୍ରଣାଳୟ ରାୟଗଡାରେ ଏକ ରେଳ ଡିଭିଜନ ସୃଷ୍ଟି କରିଛି ; ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଖୋର୍ଦ୍ଧା ରୋଡ ଠାରୁ 150 କିଲୋମିଟର, ରୟାଗଡା ଠାରୁ 210 କିଲୋମିଟର ଏବଂ ବିଶାଖାପାଟନମ ଠାରୁ 260 କିଲୋମିଟର ଦୂରରେ ଥବା ବ୍ରହ୍ମପୁର , ପୂର୍ବ ତଟ ଜୋନ୍‌ ଅନ୍ତର୍ଗତ ଏକ ନୂତନରେଳ ଡିଭିଜନ ପାଇଁ ଏକଉପଯୁକ୍ତ ସ୍ଥାନ ହେବ । ବ୍ରହ୍ମପୁର ନିକଟ ଭବିଷ୍ୟତ ରେ ଏକ ଜଙ୍କସନ ହେବ ପାଇଁ ବି ଯାଉଛି । ଏହା ନିଶ୍ଚିତ ଭାବରେ ଖୋର୍ଦା ରୋଡ ରେଳ ବିଭାଗର ଭାରକୁ ଲାଘବ କରିବ ଏବଂ ଏହି ପଛୁଆ ଅଞ୍ଚଳରେ ରେଳ ନେଟଏଓର୍କିଂକୁ ବିସ୍ତାର କରିବାରେ ସହାୟକ ହେବ।*ABSS ଅଧୀନରେ ବ୍ରହ୍ମପୁର କୁ ବିଶ୍ବସ୍ତରୀୟ ଷ୍ଟେସନ ଭାବେ ଆବଶ୍ୟକ*ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ଵର ଷ୍ଟେସନ ଉନ୍ନତିକରଣ ଲାଗି ୨୦୦ କୋଟି ରୁ ଉର୍ଦ୍ଧ ଟଙ୍କା କିନ୍ତୁ ବ୍ରହ୍ମପୁର ଲାଗି ମାତ୍ର ୧୦ କୋଟି ଟଙ୍କା।*ବ୍ରହ୍ମପୁର ରେ ୫ ଏବଂ ୬ ପ୍ଲାଟଫମ୍ ନିର୍ମାଣ କରାଯାଉ*କାରଣ ଏହା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର।*ବ୍ରହ୍ମପୁରରୁ ନୂତନ ଟ୍ରେନ ଚଳାଇବା ଲାଗି ଦାବି।*ଅହମ୍ମଦାବାଦ କିମ୍ବା ସୁରଟ ପର୍ଯ୍ୟନ୍ତ ବ୍ରହ୍ମପୁରରୁ ଏକ ଦୈନିକ ଟ୍ରେନ୍ନ ଆବଶ୍ୟକତା ଅଛି।ବ୍ରହ୍ମପୁରରୁ ମୁମ୍ବାଇ ନୂଆ ଟ୍ରେନ୍‌ |ବ୍ରହ୍ମପୁର- ନୂଆଦିଲ୍ଲୀ ହୀରାକୁଦ ଏକ୍ସପ୍ରେସକୁ ସପ୍ତାହର ୭ ଦିନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ।ବ୍ରହ୍ମପୁରରୁ ବାରାଣାସୀ କିମ୍ବା ଆହ୍ଲାବାଦ |ବ୍ରହ୍ମପୁର ରୁ ପୁରୀ ମେମୁ ଟ୍ରେନ୍‌ ପ୍ରତିଦିନ |ବ୍ରହ୍ମପୁର ରୁ ଭୁବନେଶ୍ବର ଓ ବିଶାଖାପାଟନମ AC chair car ବଗି ସହ ମେମୁ ଟ୍ରେନ୍‌ ପ୍ରତିଦିନ ଅଫିସ ଯିବା ଲୋକଙ୍କ ପାଇଁ।ଗୁଣୁପୁର, କୋରାପୁଟ, ବାଲେଶ୍ବର ଏବଂ ଅନଗୁଳ କୁ ନୂଆ ମେମୁ ଟ୍ରେନ୍‌ ।12820 ଓଡିଶା ସମ୍ପର୍କ କ୍ରାନ୍ତି କିମ୍ବା 18428 ଆନନ୍ଦ ବିହାର -ପୁରୀ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ।18310. କିମ୍ବା 18102 ଜମ୍ମୁ ତମ୍ମି ଟାଟା ଏକ୍ସପ୍ରେସ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ।ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଆରମ୍ଭ। ଏଥିରେ ଆବାହକ ତଥା ବରିଷ୍ଠ ଆଇନଜୀବି ସରୋଜ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଡଃ. ବାଳକୃଷ୍ଣ ପଣ୍ଡା, ଭଞ୍ଜନଗର କ୍ରିୟାନୁଷ୍ଠାନ କମିଟି ସଂଯୋଜକ ତଥା ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ସ୍ଥାୟୀ ବିକାଶ ଲକ୍ଷ୍ୟ ର ସଭାପତି ରବୀନ୍ଦ୍ର ମିଶ୍ର, ଫୋରମ୍ ଫର୍ ଗଞ୍ଜାମ ଇ. ଟି. ରାଓ, ବରିଷ୍ଠ ଓକିଲ ନିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଚେୟାରମେନ ଓ ଆଇନଜୀବୀ ଏନ୍ . ଭିମାରଜୁ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ରାଜେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବରଗଛ ସୁରକ୍ଷାର ସଭାପତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପଣ୍ଡା, ସମାଜସେବକ ପ୍ରକାଶ ଚନ୍ଦ୍ର ପଣ୍ଡା, ବୈଷୟିକ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଛାତ୍ର ନେତା ପପୁନା ସାହୁ, ଟି. ଗୋପୀ, ଅଶୋକ ଦଳେଇ, ସୁଶାନ୍ତ ସାବତ, ପ୍ରବୀଣ ପଟ୍ଟନାୟକ, କବିସୂର୍ଯ୍ୟନଗର ବରିଷ୍ଠ ଆଇନଜୀବି ବି. ଶଙ୍କର ପାତ୍ର, ଉପଦେଷ୍ଟା ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ଡଃ.ଶିବ ପ୍ରସାଦ ମିଶ୍ର, ସମାଜସେବୀ ରବି ନାରାୟଣ ଦାସ, ଦୀପକ ପଣ୍ଡା, ଆମ ସଂସ୍କୃତି ଆମ ପରମ୍ପରା ସଭାପତି ସୂର୍ଯ୍ୟ ନାରାୟଣ ଦାସ, ଡି. କେଶବ ରାଓ, ମହେଶ୍ୱର ବାଡତ୍ୟା, ଓଡ଼ିଶା ବିକାଶ ଫୋରମ୍ ପ୍ରିତିସ ପାଣିଗ୍ରାହୀ, ସମାଜସେବୀ ରମେଶ ଚନ୍ଦ୍ର ପଣ୍ଡା, ଦୀପକ ପଟ୍ଟନାୟକ ବାସୁଦେବ ସାହୁକାର, କେଦାର ନାଥ ପଣ୍ଡା, ଏସ. ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *