ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ଅର୍ଥନୀତି ଆଲୋଚନା ଚକ୍ର ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ଅର୍ଥନୀତି ବିଭାଗ ପକ୍ଷରୁ ବଜେଟ୍ ୨୦୨୪ ଏବଂ ୨୦୨୫ ବିଭାଗୀୟ ମୁଖ୍ୟ HOD ଉମାକାନ୍ତ ରଥ ଙ୍କ ତତ୍ବାବଧାନରେ ବିକଶିତ ଭାରତ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଭାକର ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଭାଗିୟ ଦୁଇ ଅଧ୍ୟାପିକା ଗିତାଞ୍ଜଳୀ ଗନ୍ତାୟତ ଏବଂ କାଜଲ ଦଳେଇ ପ୍ରଦତ୍ତ ବିଷୟ ଉପରେ ପ୍ରସ୍ତୁତି ସନ୍ଦଭ କୁ ଉପସ୍ଥାପନା କରିଥିଲେ । ଗିତାଞ୍ଜଳୀ ଗନ୍ତାୟତ ଆଲୋଚନା ଚକ୍ର କୁ ସଂପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ । ଅଧ୍ୟାପକ ଅଧ୍ୟାପିକା ମାନେ ନିଜନିଜ ମତ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ବିଭାଗରେ ଥିବା ଛାତ୍ର ଛାତ୍ରୀ ଏହାର ବିଭିନ୍ନ ଦିଗ ଏବଂ ପ୍ରଭାବ ସଂପର୍କ ରେ ଅଂଶ ଗ୍ରହଣ କରି ଉକ୍ତ ଆଲୋଚନାଚକ୍ର କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ବିଭାଗୀୟ ଅଧ୍ୟାପିକା ଗିତାଞ୍ଜଳୀ ଗନ୍ତାୟତ ଧନ୍ୟବାଦ ପ୍ରଦାନ କରିଥିଲେ ।
