ବ୍ଲକ ପରିସରରେ ବାଲିମେଦ ପୂର୍ବତନ ସରପଂଚ ଓ ମହିଳାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ

ବାସୁଦେବପୁର ବ୍ଲକ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଲକର ବାଲିମେଦ ପ ।ୟତର ପୂର୍ବତନ ସରପ ଓ ଜଣେ ମହିଳାଙ୍କ ମଧ୍ୟରେ ହାତାହାତି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉଭୟଙ୍କ ମଧ୍ୟରେ ମାରପିଟ ଚାଲିଥିବା ବେଳେ ବ୍ଲକ ପରିସରରେ ସଭିଏଁ ଦଖଣାହାରୀ ପାଲଟି ଯାଇଥିଲେ । ତେବେ ଏହି ଘଟଣା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ବେଳେ ଶେଷରେ କେତେକ ବ୍ଲକ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଯାଇଥିଲା । ହେଲେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ସ୍ଥାନୀୟ ବାସୁଦବେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ପୂର୍ବତନ ସରପ ପ୍ରଫୁଲ୍ଲ ବିଶ୍ବାଳ ତାଙ୍କ ଅଭିଯୋଗରେ ବ୍ଲକ ସ୍ଥିତ ଜଗନ୍ନାଥପ୍ରସାଦ ପ ।ୟତର ଉକ୍ତ ମହିଳା ଜଣକ ବ୍ଲକ ପରିସରରେ ମୁଁ ଛିଡା ହୋଇଥିବା ସମୟରେ ହଟାତ ସେଠାକୁ ଆସି ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ମୋତେ ମାଡ ମାରିଥିବା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପଟରେ ମହିଳା ଜଣକ ତାଙ୍କର କୌଣସି ଏକ ମାମଲାକୁ ବୁଝିଦେବାକୁ କହି ଦିନ ଗଙ୍ଗାଇ ଆସୁଥିବା ବେଳେ ବାରମ୍ବାର ତାଙ୍କୁ ପଚାରିବାକୁ ଯାଇ ବିଫଳ ହୋଇଥିଲେ । ହତାଶ ମନୋଭାବରେ ସରପ ଙ୍କୁ ପଚାରିବାରୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ଧମକ ଦେଉଥିଲେ ବୋଲି ପ୍ରକାଶ କରିଛନ୍ତି । ତେବେ ପୁଲିସ ଉଭୟ ଅଭିଯୋଗକୁ ନେଇ ତଦନ୍ତ କରୁଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *