ସରକାର ଏବଂ ପ୍ରଶାସନ ର ମିଳିତ ସକାରାତ୍ମକ ପ୍ରତିଶ୍ରୁତି ରେ ଧାରଣା ସାମୟିକ ସ୍ଥଗିତ

ଇଷ୍ଟ କୋଷ୍ଟ ରେଳବାଇ ବିଭାଗର ଦକ୍ଷିଣ ଓଡ଼ିଶା ସହ ବ୍ରହ୍ମପୁର ପ୍ରତି ଦୀର୍ଘ ୭୫ ବର୍ଷର ବୈମାତୃକ ମନୋଭାବ ବିରୋଧରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଛଅଦିନ ହେଲା ଚାଲିଥିଲେ ମଧ୍ଯ କୌଣସି ସୁଫଳ ମିଳିନଥିଲା କିନ୍ତୁ ଆଜି ତାହା କିଛି ମାତ୍ରାରେ ସଫଳ ହୋଇଛି। ନିର୍ବାଚିତ ସାଂସଦ, ବିଧାୟକ ଏବଂ ଜିଲ୍ଲାପ୍ରଶାସନ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନଜରରେ ରଖି ବିଳମ୍ବରେ ହେଲେ ମଧ୍ୟ ସୀମିତ ସମୟ ଭିତରେ କାର୍ଯ୍ୟନ୍ଵିତ କରିବା ପାଇଁ ସକାରାତ୍ମକ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ବିଭିନ୍ନ ମହଲରେ ପ୍ରଶଂସା ହେଉଛି । ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ୬୦ରୁ ଉର୍ଦ୍ଧ ସଂଗଠନ ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ୨ କୋଟି ଜନତାଙ୍କ ମନରେ କୁହୁଳୁ ଥିବା ଅଗ୍ନିକୁ ପ୍ରଶମିତ କରିବା ପାଇଁ ଏହା ଏକ ରାଜନୀତିକ ଚାଲ ନୁହଁତ ବୋଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଦକ୍ଷିଣ ଓଡ଼ିଶାର ସର୍ବାଙ୍ଗିନ ଉନ୍ନତି ପାଇଁ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ୬ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଆଜି ସାମୟିକ ଭାବେ ସ୍ଥଗିତ ରଖାଗଲା ସରକାର ଏବଂ ପ୍ରଶାସନ ର ମିଳିତ ସକାରାତ୍ମକ ପ୍ରତିଶ୍ରୁତି । ଯଦି ଆଗାମୀ ଦିନରେ ଏହି ୭ ଗୋଟି ଦାବି ପୂରଣ ନହୁଏ ତେବେ ୬୦ ରୁ ଉର୍ଦ୍ଧ ସଙ୍ଗଠନ ମିଳିମିଶି ରେଳରୋକ କରିବା ସହ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମତ ପ୍ରକାଶ ପାଇଛି। ବର୍ତ୍ତମାନ ସାଂସଦ, ବିଧାୟକ ଏବଂ ପ୍ରଶାସନ ଦେଇଥିବା ପ୍ରତିଶୃତିର ଅପେକ୍ଷାରେ ରହିଛନ୍ତି ୬୦ ରୁ ଉର୍ଦ୍ଧ ସଂଗଠନ ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ୨ କୋଟି ଜନସାଧାରଣ।କିନ୍ତୁ ଦାବିକୁ ନ ସୁଧାରିଥିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି। ସାଂସଦ ଏବଂ ବିଧାୟକ ଙ୍କ ପ୍ରତିଶ୍ରୁତି କୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ସ୍ବାଗତ କରିଥିବା ଜଣାପଡିଛି। ଧାରଣାକୁ ଜନସାଧାରଣଙ୍କ ସହଯୋଗ ମିଳିବା ଏବଂ ୬୦ ରୁ ଉର୍ଦ୍ଧ ସଙ୍ଗଠନ ମିଳିମିଶି କ୍ରିୟାନ୍ୱିତ କରିବା ପରେ ଦକ୍ଷିଣ ଓଡ଼ିଶା ସହ ବ୍ରହ୍ମପୁରର ଉନ୍ନତି ହେବ ବୋଲି ଆଶା ରଖିଛନ୍ତି ସର୍ବସାଧାରଣ। ଯଦି ସରକାର ଏବଂ ଜିଲ୍ଲା ଅଧିକାରୀଙ୍କ ପ୍ରତିଶ୍ରୁତି ପୂରଣ ନହୁଏ, ଆଗାମୀ ଦିନରେ ସହରର ସର୍ବାଙ୍ଗିନ ଉନ୍ନତି କଳ୍ପେ ଏକ ବଡ ଧରଣର ଆନ୍ଦୋଳନର ରୂପ ନେବ ବୋଲି କମିଟି କହିଛି। ଶେଷରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡଃ. ସୁବାଷ ସାହୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏଥିରେ ବିଜେପି, ଆର.ଏସ.ଏସ ଏବଂ ଅନ୍ୟାନ୍ୟ ସଙ୍ଗଠନ ର ପୂର୍ଣ୍ଣ ସହଯୋଗ ଥିଲା।

Leave a Reply

Your email address will not be published. Required fields are marked *