ମିଳିତ ଗଣେଶ ପୂଜା ଭାଷାଣୀ ଉତ୍ସବ ଉଦ୍ଘାଟିତ
୩୭ କ୍ଳବର ଯୋଗଦାନ,କମ୍ପୁଛି ସହର ଫର୍ମାଟ – ଏ ଭି ଓପ୍ରକାଶ କୁମାର ପାତ୍ରକାମାକ୍ଷାନଗରଆଙ୍କର -ଢେଙ୍କାନାଳ ସହରରେ ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଗଣେଶ ପୂଜା ଶେଷ ହୋଇଛି। ଆଜି ଶୁକ୍ରବାର ଦିନ ସକାଳ ୯ଟାରେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀ ଏହାକୁ ନଡ଼ିଆ ଭାଙ୍ଗୀ ଉଦ୍ଘାଟନ କରିଥିଲେ।ମଞ୍ଚାସିନ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଉପସ୍ଥିତଥିବା ୩୭ଟି କ୍ଲବର କର୍ମକର୍ତ୍ତାମାନଙ୍କୁ ନେଇ ଲଟିରି ମାଧ୍ୟମରେ କ୍ରମିକ ନମ୍ବର ପ୍ରଦାନ କରାଯାଇଥିଲା।ଏହାପରେ କ୍ରମିକ ନମ୍ବର ପାଇଁ ପୂଜା କମିଟିମାନେ ମେଢ ଓ ବାଜା ନେଇ ଭାଷାଣୀ ଉତ୍ସବ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ରାତି ୯ଟା ସୁଧା ସମସ୍ତ ମେଢ ବିଭିନ୍ନ ସ୍ଥାନରେ ବିସର୍ଜନ ହେବା ନେଇ ଅତିଥିମାନେ ପ୍ରକାଶ କରିଛନ୍ତି।
