ସବ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଧରାକୋଟ :-୧୪/୦୯ ଧରାକୋଟ ବ୍ଲକର ଡାକିବଜା ସ୍ଥିତ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ବେଠୁଆର ଠାରେ ସବ ଜୋନ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ଏଗାର ଗୋଟି ବିଦ୍ୟାଳୟ ର ୧୪ ଓ ୧୭ବର୍ଷ ବୟସରୁ କମ ୨୭୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବ୍ଲକ କ୍ରୀଡା ସଂଘ ସଭାପତି ତଥା ବି ଇ ଓ ଲିଙ୍ଗରାଜ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବରେ ଏ ବି ଇ ଓ ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା,ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀ,କ୍ରୀଡା ସଂଘ ସମ୍ପାଦକ ପାଣ୍ଡବ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କେ ଟୁନା ଦୋରା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ହରିପୁର, ମାଣିକ ପୁର, ବାହାର ପୁର, ଓଳମ୍ବା, ଝାଡବନ୍ଧ, ଜାହାଡା, ଓସ୍ତା, ବରଡାବିଲୀ,ଜଗମୋହନ ଓ ମଛାକୋଟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଦୌଡ଼,କୁଦ,ଥ୍ରୋ,ଖୋଖୋ,କବାଡି,ଯୋଗାସନ ପ୍ରଭୃତି ଖେଳରେ ଅଂଶ ଗ୍ରହଣ କରିଥିଲେ। ଏଥିରୁ କୃତକାର୍ଯ୍ୟ ହୋଇଥିବା ୧୨୫ ଜଣ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମରେ ହେବାକୁଥିବା ବ୍ଲକ ସ୍ତରୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବେ । ଆଜିର କ୍ରୀଡା ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ସର୍ବଶ୍ରୀ ହର୍ଷ ବିଶୋଇ,ଅନିଲ ନାୟକ, ମଙ୍ଗୁଳୁ ଜେନା,ବିଶ୍ଵଜିବନ ସାହୁ,ଭାଗିରଥି ବେହେରା ଓ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ସମେତ ଅନ୍ୟାନ୍ୟ କ୍ରୀଡା ଶିକ୍ଷକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *