ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ପ୍ରସ୍ତୁତି ସ୍ଥଳ ବୁଲି ଦେଖିଲେ ବିଜେପି ପ୍ରତିନିଧି ଦଳ

ବ୍ରହ୍ମପୁର, ୧୪/୯ (ବ୍ରହ୍ମପୁର – ଟାଟା ନଗର ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ କାର୍ଯ୍ୟକ୍ରମ ୧୫ ତାରିଖରେ ବ୍ରହ୍ମପୁର ରେଲୱେ ଷ୍ଟେସନ ଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାଟା ନଗରରୁ ଭର୍ଚୁଆଲ ମାଧ୍ୟମରେ ଟ୍ରେନର ଶୁଭାରମ୍ଭ କରିବେ । ବ୍ରହ୍ମପୁର ରେଲୱେ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରବିବାର ପୂର୍ବାହ୍ନ ୧୧ଟାରେ ୪ ନଂ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିବେ

। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଦୁଇ ସାଂସଦଙ୍କ ସମେତ କେଉଁଝର ସାଂସଦ,ଗଞ୍ଜାମ ଜିଲ୍ଲାର ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିବେ । ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋସାଇଁନୂଆଗାଁ ସ୍ଥିତ କେ.ସି.ହାଇସ୍କୁଲ୍ ଖେଳ ପଡ଼ିଆ ଠାରେ ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ଗୋସାଇଁନୂଆଗାଁ ଓଭରବ୍ରିଜ୍ ଦେଇ ସିଧାସଳଖ ୪ନଂ ପ୍ଲାଟଫର୍ମକୁ ଆସିବା ନେଇ ପ୍ରସ୍ତୁତି ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବାକୁ ଥିବା କେ.ସି.ହାଇସ୍କୁଲ୍ ଖେଳ ପଡ଼ିଆ ସ୍ଥିତ ଅସ୍ଥାୟୀ ହେଲିପେଡ଼ ଅଞ୍ଚଳ ଏବଂ ୪ନଂ ପ୍ଲାଟଫର୍ମ ଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ମଞ୍ଚ ସ୍ଥଳ ପରିଦର୍ଶନ କରିଥିଲେ । ବ୍ରହ୍ମପୁର – ଟାଟା ନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁର ବାସୀ ତଥା ଦକ୍ଷିଣ ଓଡିଶା ବାସୀଙ୍କୁ ଉପହାର ଦେଇଥିବାରୁ ବିଜେପି ନେତା ଶ୍ରୀ ପତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ରତନିଧି ଦଳରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗାନ୍ଧୀନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ପି.ରାଜେନ୍ଦ୍ର ଗିରି,ଏସ୍.ଶ୍ରୀନିବାସ୍,କ୍ରିଷ୍ଣା ସାହୁ,ଚିନ୍ମୟାନନ୍ଦ ପଟ୍ଟନାୟକ,ଅମର ସାହୁ,ଶକ୍ତି ପଟ୍ଟନାୟକ,ଆଶିଷ ସାହୁ,ଶିରିଡ଼ି ବିକ୍ରମ,ଅମର ସାହୁ ପ୍ରମୁଖ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *