ବେଆଇନ୍ କରତ କଳ ଉପରେ ବନବିଭାଗ ର ଚଢ଼ାଉ

କିଛି ଦିନ ପୂର୍ବରୁ ଚଢ଼ାଉ ହୋଇଥିବା କରତ କଳ ପୁଣି ବନ ବିଭାଗ କୁ ଚେଲେଞ୍ଜ କରି କାର୍ଯ୍ୟକ୍ଷମ ହେବା ପରେ ପୁଣି ବନ ବିଭାଗ ଦ୍ବାରା କରତ କଳ ଉପରେ ଚଢ଼ାଉ ହେବା ଘଟଣା ପରେ ବେଆଇନ୍ ଭାବରେ କରତ କଳ ଚଳାଉଥିବା ମାଲିକ ଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଘଟଣା ମୁତାବକ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ କୁମାରପୁର ଠାରେ ଏକ ବେଆଇନ୍ କରତ କଳ ବହୁ ବର୍ଷ ହେବ ଚାଲୁଥିଲା।ହେଲେ କିଛି ଦିନ ପୂର୍ବରୁ ଏହି ବେଆଇନ୍ କରତ କଳ ଉପରେ ଅକର୍କିତ ଚଢ଼ାଉ କରି କାଠ ସହିତ କରତ କଳ ର ଯନ୍ତ୍ରାଂଶ କୁ ଜବଦ କରି ଥିଲା ବାସୁଦେବପୁର ବନ ବିଭାଗ।ହେଲେ ଚଢ଼ାଉ ର କିଛି ଦିନ ପରେ ପୁଣି ଉକ୍ତ କରତ କଳ ଟି ପୁଣି କାର୍ଯ୍ୟକ୍ଷମ ହୋଇଥିଲା।ଯାହାକି ବନବିଭାଗ ପ୍ରତି ଏକ ଚାଲେଞ୍ଜ ସୃଷ୍ଟି କରିଥିଲା ।ହେଲେ ପୂର୍ବରୁ କରତ କଳ ଜଵଦ ପରେ ପୁଣି କେମିତି କାର୍ଯ୍ୟକ୍ଷମ ହେଲା ଓ ଏହି କରତ କଳ କାର୍ଯ୍ୟକ୍ଷମ ହେବାର ପ୍ରଛଦପଟ ର ନାୟକ କିଏ ଆଉ କାହା ବାହୁବଳ ରେ ବଳିୟାନ୍ ହୋଇ ବନ ବିଭାଗ କୁ ଚେଲେଞ୍ଜ କରି ପୁଣି କରତ କଳ କାର୍ଯ୍ୟକ୍ଷମ ହେଲା ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ଆଜି ସକାଳ ସମୟ ରେ ପୁଣି ବନବିଭାଗ ର କର୍ମଚାରୀ ମାନେ ପୁଣି ଥରେ ଉକ୍ତ କରତ କଳ ଉପରେ ଚଢାଉ କରିଛି। ଚଢ଼ାଉ ସମୟରେ କରତ କଳ ର ଯନ୍ତ୍ରାଂଶ କୁ ଜବଦ କରିବା ସହିତ କିଛି କାଠ ମଧ୍ୟ ଜଵଦ କରିଛି ବନ ବିଭାଗ।ହେଲେ କରତ କଳ ର ମାଲିକ କୁ ଗିରଫ କରିବା ରେ ସଫଳ ହୋଇପାରିନାହିଁ ବନ ବିଭାଗ। ଅନ୍ୟପଟେ ବାସୁଦେବପୁର ରେ କୁମାରପୁର ଭଳି ଅନେକ ସ୍ଥାନରେ ବେଆଇନ୍ କରତ କଳ ଚାଲିଛି।ହେଲେ କେବେ ସେସବୁ ବେଆଇନ୍ କରତ କଳ ଉପରେ ଚଢାଉ କରୁଛି ବନ ବିଭାଗ ତାହା ଦେଖିବାକୁ ବାକି। ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା , ବାଲେଶ୍ଵର ଜିଲ୍ଲା ର ସୀମା କ୍ଷୀରକୋଣା ଠାରେ ବି ଏକ ବେଆଇନ୍ କରତ କଳ ଚାଲୁଛି ହେଲେ ଏଠାରେ ବନ ବିଭାଗ ର କୈାଣସି କର୍ମଚାରୀ ଙ୍କ ନଜର ପଡୁନି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *