ବ୍ରହ୍ମପୁର ଠାରୁ ଟାଟା ନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ ର ଶୁଭାରମ୍ଭ।
ବ୍ରହ୍ମପୁର, 4ନମ୍ବର ପ୍ଲାଟଫର୍ମ ଠାରେ ବ୍ରହ୍ମପୁର ଠାରୁ ଟାଟା ନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ ର ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଭିଡିଓ କନଫ୍ରେସ ମାଧ୍ୟମରେ ଏବଂ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଶୁଭାରମ୍ଭ ହୋଇଯାଇଛି।ସ୍ବାଗତ ଭାଷଣ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖଣି,ପରିବହନ, ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଦିଗପହଣ୍ଡି ବିଧାୟକ ଡ ସିଦ୍ଧାନ୍ତ ମହାପାତ୍ର,ଆସ୍କା ବିଧାୟକ ସରୋଜ ପାଢୀ,ଆସ୍କା ସାଂସଦ ଅନିତା ସୁଭଦର୍ଶନି ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଦେଇଥିଲେ।ବିଭିନ୍ନ ସ୍ଥାନରୁ ବହୁ କର୍ମୀ ଉପସ୍ଥିତ ରହି ସଭା କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ l
