ନରେନ୍ଦ୍ର ମୋଦିଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
କାମାକ୍ଷାନଗର ବିଜେପି ଯୁବମୋର୍ଚା ପକ୍ଷରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗଡଜାତ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ ଶିବିରରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଛାୟତ, ଢେଙ୍କାନାଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏମ ଯେ ମହିମା ଯୋଗଦେଇ ସାଂପ୍ରତୀକ ପରିସ୍ଥିତିରେ ରକ୍ତର ଅଭାବ ହେଉଥିବା ରୁ ବହୁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟନ୍ତୀରେ ଯୁବଗୋଷ୍ଠୀ ରକ୍ତ ଦାନ କରି ରୋଗୀମାନଙ୍କ ଜୀବନ ରକ୍ଷାରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ l ଡାକ୍ତର ସିଦ୍ଧାର୍ଥ ଶଙ୍କର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୫୫ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏଥିରେ ଯୁବମୋର୍ଚ୍ଚା ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
