ଉତ୍କଳ ସାମ୍ବାଦିକ ସଂଘ ରଣପୁର ଶାଖା ବୈଠକ ଭାଇଚାରା ବୃଦ୍ଧିରେ ସଂଘ ସହାୟକ ହେବ ୧୦ ସାମ୍ବାଦିକ

ଉତ୍କଳ ସାମ୍ବାଦିକ ସଂଘ ରଣପୁର ଶାଖା ବୈଠକ ଭାଇଚାରା ବୃଦ୍ଧିରେ ସଂଘ ସହାୟକ ହେବ ୧୦ ସାମ୍ବାଦିକ ସଂଘରେ ସାମିଲ ନୟାଗଡ଼ : ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ଅଧିନସ୍ଥ ରଣପୁର ଶାଖା ବୈଠକ ରଣପୁର କ୍ଷୁଦ୍ର ଜଳସେଚନ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା। ରଣପୁର ଶାଖାକୁ ସକ୍ରିୟ କରିବା, ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବା ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଅନୀଲ କୁମାର ପଣ୍ଡା ସଂଘର ନୀତି ଓ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ରଣପୁର ବ୍ଲକରେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ସାହୁ, କ୍ରିଷ୍ଣାଚନ୍ଦ୍ର ଘଡ଼େଇ, ରିନା ସାହୁ, ମଧୁସୂଦନ ପରିଡ଼ା, ସୁଶାନ୍ତ କୁମାର ଡାକୁଆ, ଚିରଞ୍ଜିବୀ ଦାଶ, ରଜନୀକାନ୍ତ ମିଶ୍ର, ପ୍ରଶାନ୍ତ କୁମାର ବେହେରା, ରଣଜିତ୍ ସାହୁ, ପ୍ରସନ୍ନ କୁମାର ସାମନ୍ତରାୟ ପ୍ରମୁଖ ସଂଘରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଶାଖା କମିଟି ଗଠନ କରାଯିବା ଉପରେ ନିଷ୍ପତ୍ତି ହୋଇଥିଲା।

ରଣପୁର ଶାଖା ପକ୍ଷରୁ ରଣପୁରରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ମତ ପ୍ରକାଶ ପାଇଥିଲା। ଏଥି ସହିତ ସଂଘରେ ଅନ୍ୟ ସାମ୍ବାଦିକଙ୍କୁ ସାମିଲ କରିବା ପାଇଁ ଗୁରୁତ୍ଵ ଦିଆ ଯାଇଥିଲା। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଧୀରେନ୍ଦ୍ର ପଟ୍ଟନାୟକ, ବିଭୂତି ଭୂଷଣ ସ୍ଵାଇଁ, ରବିନ୍ଦ୍ର କୁମାର ଦାଶ, ଦେବବ୍ରତ ନାୟକ, ବିଶ୍ୱଜିତ୍ ନାୟକ, ନିହାର ରଞ୍ଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଜିଲ୍ଲା ସମ୍ପାଦକଙ୍କୁ ରଣପୁର ସଦସ୍ୟମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *