ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଓ ଯୋଗ ପ୍ରତିଯୋଗିତା

ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ରସଲପୁର ବିଧାୟକ ପଡ଼ିଆରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ 400 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ କ୍ରୀଡା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଉଲ୍ଲେଖନିୟ ଖେଳ ସବୁବେଳେ କରି ରାଜ୍ୟରେ ପୁରସ୍କୃତ ହେଉଛି । ତେବେ ଆଜିର ଏହି ଜିଲ୍ଲା ସ୍ତରୀୟ କବାଡି ଓ ଯୋଗ ପ୍ରତିଯୋଗିତାରେ ଯେଉଁମାନେ କୃତିତ୍ୱ ହେବେ ସେମାନେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଆଜି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ, ଖେଳ ଶିକ୍ଷକ ଓ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା 400 ଉର୍ଦ୍ଧ୍ବ କ୍ରୀଡା ପ୍ରତିଯୋଗିତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କ୍ରୀଡ଼ାବିତ ମାନଙ୍କୁ ଉତ୍ସ।ହିତ କରିଥିଲେ ।

Leave a Reply

Your email address will not be published. Required fields are marked *