କଣ୍ଟାଦୋଳି ରେ ବିଜେ କଲେ ମାଁ କନ୍ଧୁଣିଦେବୀ

ମାଁ ଙ୍କୁ ଦର୍ଶନ କରି କୃପା ଲାଭ କଲେ ଅଞ୍ଚଳବାସୀ l.ଶ୍ରୀ ଶ୍ରୀ ମାଁ କନ୍ଧୁଣିଦେବୀ ଙ୍କ ପବିତ୍ର କଣ୍ଟାପିଢା ଯାତ୍ରା ସମାପ୍ତ ହୋଇଛି।ଏହା ସହ ମାଁ କନ୍ଧୁଣିଦେବୀ ମହୋତ୍ସବ ର ମଧ୍ୟ ସମାପ୍ତି ଘଟିଛି। କଣ୍ଟାପିଢା ଯାତ୍ରା ରେ ମାଁ କନ୍ଧୁଣିଦେବୀ ଙ୍କ ନଗର ପରିକ୍ରମା ର ସହର ଏକ ପ୍ରକାର ଜନସମୁଦ୍ର ପାଲଟି ଯାଇଥିଲା। ମା ଙ୍କ କଣ୍ଟାପିଢା ଯାତ୍ରା ସୂଚାରୁ ରୂପେ ସମ୍ପାଦନ ହୋଇଥିଲା ମାଁ କନ୍ଧୁଣିଦେବୀ ଙ୍କ କଣ୍ଟାପିଢା ଯାତ୍ରା। ପୂର୍ବାହ୍ନ ରେ ଦେହୁରି ସେବାୟତ ମାନେ ନିକଟସ୍ଥ ଜଙ୍ଗଲ ରୁ ଟଭା କଣ୍ଟା ସଂଗ୍ରହ କରି ଏକ ପିଢା ତିଆରି କରିଥିଲେ। ପରେ ଆରମ୍ଭ ହୋଇଥିଲା ରୀତି ନୀତି। ସନ୍ଧ୍ଯା ସମୟ ରେ ମାଁ ଙ୍କ ମନ୍ଦିର ରୁ ଧଣ୍ଡା ମାଳ ଓ ନୂଆ ଲୁଗା ସହ ପୋଛୁଣି ଘରକୁ ନିମନ୍ତ୍ରଣ ଯାଇଥିଲା। ମାଁ ଙ୍କ ସାଧକ ମା ଙ୍କୁ ଧଣ୍ଡା ମାଳ ରେ ଆବାହନ କରି ପୋଛୁଣିଦେହ ରେ ବିଜେ କରାଇଥିଲେ। ପରେ ଆରମ୍ଭ ହୋଇଥିଲା ନଗର ପରିକ୍ରମା। ଏହି ଯାତ୍ରା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ବା ବଳଭଦ୍ର ଜନ୍ମ ରେ ଆରମ୍ୱ ହୋଇ ମୂଳାଷ୍ଟମୀ ରେ ଶେଷ ହୋଇଥାଏ lତହସିଲ ଅଫିସ ଓ ସୋରଡା ଥାନା ର ଭୋଗ ଗ୍ରହଣ କରିବା ପରେ ମାଁ କନ୍ଧୁଣିବୀ ନଗର ପରିକ୍ରମା ରେ ବାହାରିଥିଲେ। ଜନସମୁଦ୍ର ପାଲଟି ଥିଲା ସୋରଡ଼ା ସହର। ହଜାର ହଜାର ଭକ୍ତ ମାଁ ଙ୍କ ସଙ୍ଗେ ନଗର ପରିକ୍ରମା ରେ ୧୬ କାଠି ଯୋଗିନୀ ବାଦ୍ୟ ରେ ନାଚି ନାଚି ବୁଲିଥିଲେ ମା । ବଡଦାଣ୍ଡ ରେ ମାଁ ଦୂର୍ଗା ଙ୍କ ଦକ୍ଷିଣାୟନ ଦର୍ଶନ ସାରି ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରେ ପହଞ୍ଚିଥିଲେ ମାଁ କନ୍ଧୁଣିଦେବୀ। ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀମୁଖ ଦର୍ଶନ କରିବା ପରେ ଆଙ୍ଗ୍ଯାମାଳ ନେଇଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ବିରାଜିତ ଦେବୀ ଦୂର୍ଗା ଙ୍କ ମନ୍ଦିର କୁ ଯାଇ ଦର୍ଶନ କରିବା ପରେ ମୂଳପୀଠ ଅଭିମୁଖେ ବାହାରିଥିଲେ ମାଁ କନ୍ଧୁଣିଦେବୀ। ମାଁ କନ୍ଧୁଣିଦେବୀ ଙ୍କ ମନ୍ଦିର ରେ ବାଲି ଯାତ୍ରା ରେ ଆସିଥିବା ଭଜା ଯାଇଥିବା ପାଞ୍ଚ ଶଶ୍ଯ ଯାହା ବଡ ବଡ ଗଯା ରେ ପରିଣତ ହୋଇଥିଲା ସେହି ଗଜା ଶସ୍ୟ ମା ଙ୍କ ଭୋଗ ରୂପେ ଗ୍ରହଣ କରି ଭକ୍ତ ଙ୍କୁ ବାଣ୍ଟିବା ସହ କଣ୍ଟାଦୋଳି ରେ ବିଜେ କରି ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ ମାଁ କନ୍ଧୁଣିଦେବୀ। ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥି ରେ ଆରମ୍ଭ ହୋଇ ମୁଲାଷ୍ଟମୀ ରେ ସରିଛି ମାଁ କନ୍ଧୁଣିଦେବୀ ଙ୍କ କଣ୍ଟାପିଢା ଯାତ୍ରା। ସୋରଡା ବିଭିନ୍ନ ସ୍ୱଚ୍ଛ ସେବୀ ତଥା ସତ୍ୟ ସାଇ ସେବା ସଂଘ, ଜୟଶ୍ରୀରାମ ଯୁବକ ମା କନ୍ଧୁଣି ଦେବୀ ଯୁବକ ସଂଘ ଓ ପୋଲିସ ପ୍ରଶାସନ ତରଫରୁ ଥାନା ଅଧିକାରୀ ଅନିଲ କୁମାର ପରିଡା ଙ୍କ ନେତୃତ୍ବରେ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା।

Leave a Reply

Your email address will not be published. Required fields are marked *