ସେଣ୍ଟ୍ରାଲ ମିନିଷ୍ଟର ଭିଜିଟ
କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେଙ୍କ ଦୁଇଦିନିଆ ପୁରୀ ଗସ୍ତରେ ଆସି ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ଯକ୍ରମରେ ଯୋଗ ଦେବା ସହ ବେଳାଭୂମିରେ ଝାଉଁ ରୋପଣ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା “ମୋ ବିଚ୍ ର ସୁରକ୍ଷା ମୁଁ କରିବି” । ଦେଶର ଆଜି ଏକକାଳୀନ ଦଶଟି ବେଳାଭୂମିରେ ଏହି କାର୍ଯ୍ୟକ୍ରମ କରି ସଚେତନତାର ବାର୍ତ୍ତା ଦିଆଯାଇଛି। ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କଙ୍କ୍ରୀଟ ଜଙ୍ଗଲକୁ ହଟାଯିବ ଆଉ ସିଆରଜେଡ୍ ନିୟମକୁ କଡାକଡି ଅନୁପାଳନ କରିବା ପାଇଁ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପୁରୀ ବେଳାଭୂମିରେ ଏହାକୁ କଡାକଡି ପାଳନ କରି ଜବରଦଖଲ ମୁକ୍ତ କରାଯିବ। ପୁରୀର ସମସ୍ତ ବିଚକୁ ଆବର୍ଜନା ମୁକ୍ତ କରି ବ୍ଲୁଫ୍ଲାଗ ଭଳି ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ। ପ୍ରକୃତିର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ବେଳାଭୂମି। ଜଳଜୀବ ହେଉ ଅବା ବେଳାଭୂମି ସମସ୍ତଙ୍କର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଅପରାହ୍ନ ସାଢେ ୪ଟାରେ ଭୁବନେଶ୍ୱର ଫେରିଯାଇଥିଲେ କେନ୍ଦମନ୍ତ୍ରୀ।
