ପାର୍ବଣ ଆସୁଛି

ପାର୍ବଣ ଆସୁଛି
ପାର୍ବଣ ଆସୁଛି,ମେଘ ବରରୁଚି
ତଥାପି ମନରେ ଉତ୍ସାହ
ଷୋଳ‌ପୂଜାରେ ମାଆ ଙ୍କୁ ପ୍ରଣତି
ମନରେ ଭରିଛି ଆଗ୍ରହ
ହେ ଦେବୀ ତୁମେ ଜଗତ ଜନନୀ
ମଙ୍ଗଳ ମୁହୂର୍ତ୍ତ ଆସିଛି
ଆଶିଷ ଲଭିବ ଧରଣିରାଣି
ଶୁଭେଚ୍ଛା ବାରତା ଦେଇଛି।
ପୂଜା ମଣ୍ଡପ ରେ ପୂଜା ପାଇବେ ଦୁର୍ଗତି ନାଶିନୀ ଦୁର୍ଗା
ହିଂସା ଧ୍ବଂସ କରି ଶାନ୍ତ ଆଣିବେ
ମାଆ ଲୋ ତୁ ଦଶଭୁଜା।
ଦଶହରା ଦିନ ପ୍ରଭୁ ରାମଚନ୍ଦ୍ର କରୁଣା ଲଭିଲେ ମାଆର
ସୀତାଙ୍କୁ ଉଦ୍ଧାରି ରାବଣ ମାରିଲେ
କୀର୍ତ୍ତି ରହିଗଲା ତାଙ୍କର।
ହେ ଦୟାମୟୀ ଜଗତ୍ ଜନନୀ
ଜଗତ ମଙ୍ଗଳ ପାଇଁ
ତୁମରି ପଥକୁ ଚାହିଁ ଅଛୁ ଆମେ
ପୂଜା କରିବାର ପାଇଁ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ‌, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *