ସରକାରୀ ଜାଗାରେ ଘର ଉଚ୍ଛେଦକୁ ନେଇ ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ୧ ନଂ ଓ୍ବାର୍ଡ ସାନଇନ୍ଦିପୁର ଗାଁରେ ସରକାରୀ ଜମିରୁ ଘର ଉଚ୍ଛେଦକୁ ନେଇ ଗାଁର ବିପିନି ନାୟକ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନ୍ୟାୟ ପାଇଁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ। ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଲୋକ ଏବଂ କର୍ମଚାରୀ ମାନେ ତାଙ୍କୁ ବାରଣ କରିଥିଲେ । ଏଥିସହିତ ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିନେଇଥିଲେ। ଉଦ୍ଧାର କରି ଜମି ଉଚ୍ଛେଦ ସମ୍ପର୍କରେ ବୁଝେଇବା ସହ ଆତ୍ମହତ୍ୟା ସମାଧାନର ବାଟ ନୁହେଁ ବୋଲି ବୁଝା ସୁଝା କରିଥିଲେ। ତେବେ ତାଙ୍କର ଦୀର୍ଘ ଦିନ ହେବ ସରକାରୀ ଜମିରେ ଘର ତିଆରିକୁ ନେଇ ହାଇକୋର୍ଟରେ କେସ ଜାରି ରହିଥିଲା। ଯାହାକୁ ନେଇ କୋର୍ଟର ନିର୍ଦ୍ଦେଶକ୍ରମେ ପ୍ରଶାସନ ଘର ଭାଙ୍ଗିଥିଲା। ଏଥିପାଇଁ ମାନସିକ ଚାପରେ ବିପିନି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *