ରକ୍ତଦାନ ଶିବିର ଅନୁଷ୍ଠିତ
ଆଶ୍ରମ ପାଟଣା କଲେଜ ପରିସରରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଶ୍ରମ ପାଟଣା କଲେଜ ପରିସରରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଏହି ଶିବିରକୁ ଉଦଘାଟନ କରିଥିଲେ ।

ଏହି ଶିବିର ରେ ଅନୁଷ୍ଠାନ ମୁଖ୍ୟ କଳ୍ପନା ମହାନ୍ତି, ସଂଗଠନ ର କର୍ମକର୍ତ୍ତା ଓ କଲେଜର କର୍ମଚାରୀ ଙ୍କ ସହଯୋଗ ରେ ଏହି ଶିବିର ଅନୁଷ୍ଠିତ ହେବା ସହିତ ରକ୍ତ ବିନା କାହାରି ଜୀବନ ନ ଯାଉ ଏହି ଆହ୍ୱାନ ଦେଇଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଏହି ଶିବିରରେ ମୋଟ 23 ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ।
