ଜଗତସିଂହପୁର ଠାରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସେହିପରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ର ଶୁଭାରମ୍ଭ କରାଯାଇଛି । ଜଗତସିଂହପୁର ର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବିଜେଡି ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ବାଳଙ୍କ ନେତୃତ୍ୱରେ ବହୁ ବିଜେଡି ନେତା ଓ କର୍ମୀମାନେ ସାମିଲ ହୋଇ ଥିଲେ । ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳକୁ ଆଗକୁ କିପରି ସଂଗଠିତ କରାଯାଇ ପାରିବ ସେ ନେଇ ଏହି ପଦଯାତ୍ରା ର ମୁଖ୍ୟ ଲକ୍ଷ ବୋଲି ବିଜେଡି ନେତା ପ୍ରଶାନ୍ତ କୁମାର ମୁଦୁଲି କରିଛନ୍ତି ।

ଅପରପକ୍ଷରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଏ, ତେବେ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଏହି ପଦଯାତ୍ରା କରାଯିବା କୁ ସ୍ଥିର କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ଏହି ପଦଯାତ୍ରା ରେ ବହୁ ନେତା, କର୍ମୀ ଓ ମହିଳା ମାନେ ସାମିଲ ହୋଇଥିଲେ ।
