ଭଦ୍ରକ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ,ବିଧାୟକ ସିତାଂଶୁ ଶେଖର ମହାପାତ୍ର,ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ବରିଷ୍ଟ ପ୍ରଶାସନ ଅଧୂକାରୀ ଗୁହା ପୁନମ ତାପସ କୁମାର ପ୍ରମୁଖ ଭଦ୍ରକ ଜିଲ୍ଲା ଚରମ୍ପା,ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ପ୍ରମୁଖ ସ୍ଥାନରେ ସୁଛୁ ଭାରତ ଅଭିଯାନ ରେ ସ୍ବଚ୍ଛତା ହିଁ ସେବା ପାଇଁ ସଫେଇ କରିଥିଲେ । ଜିଲ୍ଲାପ୍ରଶାସନ,ଗାନ୍ଧୀ ବିଚାର ମଞ୍ଚ,ଓଡ଼ିଶା ଗାନ୍ଧୀ ଅନ୍ତେବାସୀ,ଓଡ଼ିଶା ନିଶା ନିବାରଣ,ଗାନ୍ଧୀ ଜୟନ୍ତୀ କମିଟି,ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ୧୫୫ ତମ ଜୟନ୍ତୀ ପାଳିତ ହୋଇଯାଇଛି।ନୁଆବଜାର ଗାନ୍ଧୀ ପଡ଼ିଆରୁ ପଦଯାତ୍ରା ବାହାରି ନଗରପରିକ୍ରମା କରିଥିଲା I
ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।ଜିଲ୍ଲା ସଂସ୍କୃତି ଭବନ,ମହତାବ କୋଠୀ,ନୁଆବଜାର୍ ଠାରେ ସାଂସଦ, ବିଧାୟକ ଜିଲ୍ଲାପାଳ ଙ୍କସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଗାନ୍ଧିଜୀଙ୍କଅହିଂସା,ଦେଶପ୍ରେମ,ସ୍ବଚ୍ଛତା ହିଁ ସେବା ଉପରେ ମତରଖ୍ ଥିଲେ । ଏହି ଅବସରରେ ସ୍ବଚ୍ଛତା ହିଁ ସେବାକାର୍ଯ୍ୟ,ସଫେଇ ମିତ୍ର,ଓ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇ ଥିଲା।
