ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗାନ୍ଧି ଜୟନ୍ତି ଅବସରରେ ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କ ନେତୃତ୍ୱରେ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ,ପୂର୍ବତନ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗରପାଳ ଶିବରାମ ଗୈାଡ, ହୃଦୟାନନ୍ଦ ମହାପାତ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ,ଜିଲ୍ଲାପରିଷଦ ସଭ୍ୟା ପ୍ରୀତି ସାହୁ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ବସ୍ ଟର୍ମିନାଲ ପରିସରରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁବାବୁଙ୍କଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ବିଶାଳ ପଦଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ,ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ଦଳୀୟ ନେତୃବୃନ୍ଦ ଓଡ଼ିଶାରେ ବିଜେଡିର ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଚେତନତା ଶୋଭା ଯାତ୍ରା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି ଯୁବ ନେତା ସଞ୍ଜୟ କୁମାର ପଣ୍ଡା, ଅଜୟ ମହାରଣା,ତରୁଣ କୁମାର ପଣ୍ଡା,ନୀଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, କାଉନସିଲର ଶ୍ୟାମଘନ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଯୁଧିଷ୍ଠିର ସ୍ଵାଇଁ, କୃଷ୍ଣ ଚନ୍ଦ୍ର ଦାସ,ସନାତନ ନାହାକ, ପ୍ରଦୀପ କୁମାର ପଣ୍ଡାଙ୍କ ସହ ବିଜେଡିର ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *